ପୁରୀ: ମରଣାନ୍ତକ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଯୋଗୁଁ ଏବେ ସାରା ବିଶ୍ୱବାସୀ ଆତଙ୍କିତ । ଏହି ଅବସରରେ ଘରୁ ନବାହାରି ଘରେ ସୁରକ୍ଷିତ ରହିବା ଲାଗି ଓଡ଼ିଶା ସରକାରଙ୍କ ସମେତ କେନ୍ଦ୍ର ସରକାର ଜନସାଧାରଣଙ୍କୁ ସଚେତନ କରିବାରେ ଲାଗିଛନ୍ତି ।
Protect yourself & others. “Let’s Make our own mask “ at home.
Join the #MaskIndia movement. My today’s installation SandArt on canvas . #IndiaFightsCorona #StayHomeStaySafe pic.twitter.com/jVwAzK9UoP— Sudarsan Pattnaik (@sudarsansand) April 8, 2020
ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମାସ୍କ ପିନ୍ଧିବା ନେଇ ସଚେତନତାମୂଳକ ବାଲୁକା କଳା ପ୍ରଦର୍ଶନ କରିଛନ୍ତି ।
I have Made my own mask at home. Make your own mask using any piece of cloth, dupatta or handkerchief” #MaskIndia #IndiaFightsCorona #CoronavirusPandemic #COVID19 #StayAwareStaySafe pic.twitter.com/HpjIxWqnD2
— Sudarsan Pattnaik (@sudarsansand) April 8, 2020
କେବଳ ଓଡ଼ିଶା ନୁହେଁ ସାରା ଭାରତବାସୀଙ୍କୁ ସୁଦର୍ଶନ ଏହି ବାଲୁକା କଳା ମାଧ୍ୟମରେ ମାସ୍କ ପିନ୍ଧିବାର ସନ୍ଦେଶ ଦେଇଛନ୍ତି ।
ଏହି ସୁନ୍ଦର ବାଲୁକାକଳାଟିରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ଘରେ ହାତ ତିଆରି ମାସ୍କ ପିନ୍ଧିବାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏବେ ଲକ୍ଡାଉନ ଯୋଗୁଁ ବେଳାଭୂମିରେ ଦର୍ଶକ ଏହି ସୁନ୍ଦର ବାଲୁକା କଳାକୁ ସ୍ୱଚକ୍ଷୁରେ ଦେଖିବାକୁ ବଞ୍ଚିତ ହୋଇଥିଲେ ମଧ୍ୟ ସୋସିଆଲ୍ ମିଡ଼ିଆରେ ଏହି ବାଲୁକା କଳାକୁ ଦେଖି ବେଶ୍ ପ୍ରଶଂସା କରିବାରେ ଲାଗିଛନ୍ତି ।
Comments are closed.