Latest Odisha News

ପାଦରେ ଚାଲି ଚାଲି ଆସୁଥିବା ପ୍ରବାସୀଙ୍କୁ ଓଡ଼ିଶା ପୋଲିସର ସହାୟତା

ଭୁବନେଶ୍ୱର: ଓଡ଼ିଶାକୁ ପ୍ରବାସୀ ଓଡ଼ିଆମାନେ ଆସୁଥିବା ବେଳେ ଅନ୍ୟ ରାଜ୍ୟକୁ ମଧ୍ୟ ଓଡ଼ିଶାରୁ ପ୍ରବାସୀ ମାନେ ଚାଲିଯାଉଛନ୍ତି । ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ମାନେ ଓଡ଼ିଶା ମଧ୍ୟ ଦେଇ ସେମାନଙ୍କ ନିଜ ନିଜ ରାଜ୍ୟକୁ ଯଥା ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ବିହାରକୁ ଯାଉଛନ୍ତି । ଏହି ପ୍ରବାସୀମାନଙ୍କୁ ରାଜ୍ୟ ସୀମାରେ ପହଞ୍ଚାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପୋଲିସ ସହାୟତା ପ୍ରଦାନ କରୁଛନ୍ତି ।

ଅଧିକ ପଢନ୍ତୁ: ପୋଲିସ ସବ୍‌-ଇନ୍ସପେକ୍ଟର ଶୁଭଶ୍ରୀଙ୍କୁ ପ୍ରଶଂସା କଲେ ମେଗାଷ୍ଟାର୍ ଚିରଞ୍ଜିବୀ !

ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟ ସୀମାରେ ପହଞ୍ଚାଇବା ଲାଗି ବସ୍ ର ବନ୍ଦୋବସ୍ତ କରାଯାଇଛି । ଏହିସବୁ ବସ୍ ଗୁଡ଼ିକ ପ୍ରମୁଖ ସୀମା ତନଖି ଫାଟକ ସୋହେଲା, ଗିରିସୋଳା ଓ କେରଡ଼ାଠାରୁ ପ୍ରବାସୀମାନଙ୍କୁ ନେଇ ରାଜ୍ୟ ସୀମା ନିକଟରେ ପହଞ୍ଚାଇଛି ।

ବୁଧବାର ଦିନ ସନ୍ଧ୍ୟାରେ ଓଡ଼ିଶା ଦେଇ ପାଦରେ ଚାଲି ଚାଲି ଆସୁଥିବା ୨୫୦ରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ୬ଟି ବସରେ ରାଜ୍ୟ ସୀମାରେ ପହଞ୍ଚାଯାଇଛି ।

ବରଗଡ଼ର ସୋହେଲାଠାରୁ ଝାଡ଼ଖଣ୍ଡ ରାଜ୍ୟର କିଛି ପ୍ରବାସୀଙ୍କୁ ଦୁଇଟି ବସରେ ବୀରମିତ୍ରପୁର ଠାରେ ଛଡ଼ାଯାଇଥିବା ବେଳେ ପଶ୍ଚିମବଙ୍ଗର ପ୍ରବାସୀଙ୍କୁ ମୟୂରଭଞ୍ଜର ଜାମସୋଳା ଠାରେ ପହଞ୍ଚାଯାଇଥିବାର ବ୍ୟବସ୍ଥା କରାଯାଇଛି ।

ସେହିପରି ଭାବେ ରାୟଗଡ଼ା ଜିଲ୍ଲା କେରଡ଼ା ଠାରୁ ଦୁଇଟି ବସ୍ ଛତିଶଗଡ଼ର କିଛି ପ୍ରବାସୀଙ୍କୁ ନେଇ ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ରାଜ୍ୟ ସୀମାରେ ପହଞ୍ଚାଯାଇଥିବା ବେଳେ ବ୍ରହ୍ମପୁର ପୋଲିସ ଦ୍ୱାରା ଜିଲ୍ଲାର ଗିରିସୋଳା ଠାରୁ ଦୁଇଟି ବସରେ ପଶ୍ଚିମବଙ୍ଗର କିଛି ପ୍ରବାସୀଙ୍କୁ ମୟୂରଭଞ୍ଜ ଜିଲ୍ଲା ସୀମା ଜାମସୋଳା ଠାରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।

 

Leave A Reply

Your email address will not be published.