Latest Odisha News

BREAKING NEWS

ଲାଗୁ ହେବ ‘ୱାନ୍ ନେସନ୍ ୱାନ୍ ରାସନ କାର୍ଡ’

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ଲାଗୁ ହେବ ‘ୱାନ୍ ନେସନ ୱାନ୍ ରାସନ କାର୍ଡ’ ସୁବିଧା । ୨୦୨୧ ସୁଦ୍ଧା ସାରା ଦେଶରେ ଏହା ଲାଗୁ ହେବ । ଏହି କାର୍ଡ ସବୁ ରାଜ୍ୟରେ ମାନ୍ୟ ହେବ । ଏହାଦ୍ୱାରା ପ୍ରବାସୀ ଶ୍ରମିକମାନେ ଲାଭବାନ ହେବ । ଏନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।

ସେ କହିଛନ୍ତି, ପ୍ରବାସୀ ଶ୍ରମିକମାନଙ୍କ ପାଖରେ ରାସନ କାର୍ଡ ନଥିଲେ ମଧ୍ୟ ସେମାନଙ୍କୁ ୫ କେଜି ଚାଉଳ ଏବଂ ଏକ କିଲୋଗ୍ରାମ ଚଣା ଦିଆଯିବ। ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କଙ୍କୁ ଦୁଇମାସର ମାଗଣା ଖାଦ୍ୟଶସ୍ୟ ମିଳିବ । ଏଥିପାଇଁ ୩୫୦୦ କୋଟି ଖର୍ଚ୍ଚ ହେବ । ସବୁ ଶ୍ରମିକମାନଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରାଯିବ।

ଯେଉଁଠାରେ ଶ୍ରମିକମାନେ ବିପଜ୍ଜନକ ସ୍ଥାନରେ କାର‌୍ୟ୍ୟ କରୁଛନ୍ତି ସେମାନେ ଋଝଓଉ କରିବାକୁ ବାଧ୍ୟ। ସାମାଜିକ ସୁରକ୍ଷା ଯୋଜନା ସବୁ ସ୍ଥାନରେ ପ୍ରୟୋଗ ହେବ। ଯେଉଁଠାରେ ଶ୍ରମିକମାନେ ବିପଜ୍ଜନକ ସ୍ଥାନରେ କାର‌୍ୟ୍ୟ କରୁଛନ୍ତି ସେମାନେ ESIC କରିବାକୁ ବାଧ୍ୟ। ସାମାଜିକ ସୁରକ୍ଷା ଯୋଜନା ସବୁ ସ୍ଥାନରେ ପ୍ରୟୋଗ ହେବ। ଯେଉଁ ଅନୁଷ୍ଠାନରେ ୧୦ରୁ ଅଧିକ ଲୋକ କାମ କରୁଛନ୍ତି, ସେମାନେ ESIC ମାଧ୍ୟମରେ ଲାଭବାନ ହେବେ। ଲୋକମାନଙ୍କୁ କୌଣସି ଏଜେନ୍ସି ନୁହେଁ ବରଂ ସିଧାସଳଖ କାମ ଯୋଗାଇ ଦିଆଯିବ। ଯାହାଫଳରେ ଶ୍ରମିକମାନେ ଫାଇଦା ପାଇବେ।

ପ୍ରବାସୀ ଶ୍ରମିକଙ୍କ ରହିବା ପାଇଁ ଆରମ୍ଭ ହେବ ଘରଭଡ଼ା ଯୋଜନା। ସୁଲଭ ଦରରେ ଭଡ଼ା ଘର ଯୋଗାଣ ନେଇ ବ୍ୟବସ୍ଥା କରାଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସୁଲଭ ଭଡ଼ା ଘର ମିଳିବ। ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ମନରେଗା ସାହାଯ୍ୟରେ କାମ ଦିଆଯିବ। ଏଥିପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଶ୍ରମିକମାନଙ୍କର ହାରାହାରି ବେତନ ୨୦୨ ଟଙ୍କାକୁ ବୃଦ୍ଧି କରାଯାଇଛି।

Leave A Reply

Your email address will not be published.