Latest Odisha News

BREAKING NEWS

ପୋଲିସ ସବ୍‌-ଇନ୍ସପେକ୍ଟର ଶୁଭଶ୍ରୀଙ୍କୁ ପ୍ରଶଂସା କଲେ ମେଗାଷ୍ଟାର୍ ଚିରଞ୍ଜିବୀ !

ମାଲକାନଗିରି: ସାରା ଦେଶରେ ଲକ୍‌ଡ଼ାଉନ୍ ନିୟମ ପାଳନ ହେଉଥିବା ବେଳେ ନିରାଶ୍ରୟ ତଥା ଅସହାୟ ବ୍ୟକ୍ତିମାନଙ୍କ ପ୍ରତି ସଦୟ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ପୋଲିସ ବିଭାଗର ଅନେକ କର୍ତ୍ତବ୍ୟରତ କର୍ମଚାରୀ । ଓଡ଼ିଶାର ମାଲକାନଗିରି ଜିଲ୍ଲାର ପୋଲିସ ସବ୍‌-ଇନ୍ସପେକ୍ଟର ଶୁଭଶ୍ରୀ ନାୟକ ଜଣେ ନିରାଶ୍ରୟା ମହିଳାଙ୍କୁ ନିଜ ହାତରେ ଖୁଆଇ ଦେଉଥିବାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା ।

ଅଧିକ ପଢନ୍ତୁ: କରୋନା ସହ ୧୦ ଦିନ ଲଢି ଆଖି ବୁଜିଦେଲେ ଏସିପି

ଏହି ଭିଡ଼ିଓଟିକୁ ଦେଖି ଏବେ ତେଲୁଗୁ ଫିଲ୍ମର ମେଗାଷ୍ଟାର୍ ତଥା ଭାରତର ଜଣାଶୁଣା ଅଭିନେତା ଚିରଞ୍ଜିବୀ ଶୁଭଶ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

ଓଡ଼ିଶା ପୋଲିସ ବିଭାଗରେ ଜଣେ ସବ୍‌-ଇନ୍ସପେକ୍ଟର୍ ଭାବେ କାର୍ଯ୍ୟ କରୁଥିବା ଶୁଭଶ୍ରୀ ଭିଡ଼ିଓରେ ପ୍ରଦର୍ଶିତ ଏହି ମହିଳାଙ୍କ ପ୍ରତି ଯେ ସଦୟ ହୋଇଛନ୍ତି ତାହା ନୁହେଁ, ସେ ଅନେକ ନିରାଶ୍ରୟ ବ୍ୟକ୍ତିମାନଙ୍କୁ ଭୋଜନ ଦେବା ସହିତ ଗରିବ, ଶାରିରୀକ ଅକ୍ଷମ ବ୍ୟକ୍ତିମାନଙ୍କୁ ଏହି ଲକ୍‌ଡ଼ାଉନ ପରିସ୍ଥିତିରେ ମଧ୍ୟ ସାହାଯ୍ୟ କରିଛନ୍ତି ।

ଅଧିକ ପଢନ୍ତୁ: ସାବାସ୍ ଶୁଭଶ୍ରୀ; ଲକ୍‌ଡାଉନରେ ଅସହାୟ ବୃଦ୍ଧାଙ୍କୁ ଖୁଆଇଲେ ମହିଳା ପୋଲିସ୍ !

ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ଏହି ଭିଡ଼ିଓଟି ଭାଇରାଲ୍ ହେବା ପରେ ଅନେକ ବ୍ୟକ୍ତି ସୋସିଆଲ୍ ମିଡ଼ିଆରେ ମଧ୍ୟ ଶୁଭଶ୍ରୀଙ୍କୁ ପ୍ରଶଂସା କରିବାକୁ କୁଣ୍ଠାବୋଧ କରିନାହାନ୍ତି ।

ଶୁଭଶ୍ରୀଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟକୁ ସୋସିଆଲ୍ ମିଡ଼ିଆରେ ଚିରଞ୍ଜିବୀ ବହୁତ ପ୍ରଶଂସା କରିବା ସହିତ ପୋଲିସ ବିଭାଗକୁ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.