Latest Odisha News

ଅପକମିଂ ଫିଲ୍ମ ‘ଫାଇଟର’ରେ ପ୍ରଥମ ଥର ପାଇଁ ହ୍ରିତିକ୍ ରୋଶନଙ୍କ ସହ ନଜର ଆସିବେ ଦୀପିକା

ମୁମ୍ବାଇ : ପ୍ରଥମ ଥର ପାଇଁ ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ରୋଶନଙ୍କ ସହ ସ୍କ୍ରିନ ସେୟାର କରିବେ ବଲିଉଉ ବିୟୁଟି ଦୀପିକା ପଦୁକୋନ୍ । ଅପକମିଂ ବଲିଉଡ୍ ଫିଲ୍ମ ‘ଫାଇଟର’ରେ ହ୍ରିତିକ ରୋସନଙ୍କ ସହ ଦୀପିକା ନଜର ଆସିବେ । ଏହି ମୁଭିର ସୁଟିଂ କୁ ନେଇ ବ୍ୟସ୍ତ ଅଛି ଟିମ୍ ।

BjdElectrycity

ଏହି ”ଫାଇଟର” ଫିଲ୍ମ ବିଷୟରେ ହ୍ରିତିକ ରୋଶନଙ୍କ ବର୍ଥ ଡେ’ ରେ ଘୋଷଣା କରାଯାଇଥିଲା । ପରେ ସୋସିଆଲ ମିଡିଆରେ ଏହି ମୁଭିକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା ।ମୁଭି ପାଇଁ ହ୍ରିତକ ଓ ଦୀପିକା ବହୁ ପରିଶ୍ରମ କରୁଥିବା ଖବର ସାମ୍ନାକୁ ଆସିଛି । ଲକଡାଉନ ପାଇଁ ଫିଲ୍ମ ସୁଟିଂ ଡିଲେ ହେଉଥିଲା ।

ଲକଡାଉନ ହଟିବା ପରେ ଏବେ ”ଫାଇଟର” ଫିଲ୍ମର ସୁଟିଂ ଦୁନିଆର ସବୁଠାରୁ ବେଷ୍ଟ ଲୋକେସନରେ କରାଯିବ ବୋଲି ଜଣାପଡିଛି ।ଦୀପିକା ଓ ହ୍ରିତିକଙ୍କ ସହିତ ଏହି ମୁଭିରେ ଅନୀଲ କପୁର ବି ନଜର ଆସିବେ । ଶୁଣିବାକୁ ମିଳିଛି ମୁଭିଟି ୨୬ ଜାନୁଆରୀ ୨୦୨୩ ମସିହାରେ ରିଲିଜ ହେବ ।

Comments are closed, but trackbacks and pingbacks are open.