Latest Odisha News

BREAKING NEWS

ନୂଆପଡ଼ାରେ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରଥମ ଦିନରେ ଆଗରେ ବିଜେଡି

ନୂଆପଡ଼ା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୁଣି ବାଜିମାତ୍ କରିବାକୁ ଯାଉଛି ବିଜେଡି । ରେକର୍ଡ ସଂଖ୍ୟକ ଜିଲ୍ଲା ପରିଷଦ ଆସନରେ ଶାସକ ବିଜୁ ଜନତା ଦଳ ବିଜୟୀ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ଗଣତିରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଯଥେଷ୍ଟ ଆଗରେ ରହିଛି ବିଜେଡି । ପ୍ରଥମ ଦିନରେ ୩୧୫ ଜୋନର ଗଣତି ହୋଇଥିବା ବେଳେ, ଅଧାରୁ ଅଧିକ ଆସନରେ ବିଜେଡି ଆଗରେ ରହିଛି ।

ଏହି କ୍ରମରେ ନୂଆପଡା ଜିଲ୍ଲାର ସମସ୍ତ ବ୍ଲକରେ ଭୋଟ ଗଣତି ପ୍ରକ୍ରିୟା ଚାଲିଥିବା ବେଳେ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ମାତ୍ରାରେ ସୁରକ୍ଷା ବ୍ୟବସ୍ଥା ହୋଇଥିଲା । ଆଜି ଜିଲ୍ଲାର ୫ଟି ବ୍ଲକର ୫ଟି ଜୋନ ଯଥା ନୂଆପଡା, କୋମନା, ଖଡ଼ିଆଳ, ସିନାପାଲି ଓ ବୋଡେନରେ ଭୋଟ ଗଣତି ହୋଇଥିଲା । ସମସ୍ତ ୫ଟି ଯାକ ଆସନରେ ଶାସକ ବିଜଡି ଆଗୁଆ ରହିଛି । ଏବଂ ବିଜେଡି ଏଥିରେ ବାଜିମାତ ମାରିବା ଏକ ପ୍ରକାର ସୁନିଶ୍ଚିତ ହୋଇ ସାରିଛି । ଏହାକୁ ନେଇ ଶାସକ ବିଜେଡିର ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

Comments are closed, but trackbacks and pingbacks are open.