ଚେନ୍ନାଇ: ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା କନିଷ୍ଠ ହକି ବିଶ୍ବକପ୍ରେ ଆୟୋଜକ ଭାରତ ଦମଦାର୍ ପ୍ରଦର୍ଶନ କରିଛି । ଭାରତୀୟ ଦଳ ବୃହତ୍ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍ରେ ଚିଲିକୁ ଏକତରଫା ଭାବେ ୭-୦ ଗୋଲ୍ରେ ହରାଇ ଦେଇଛି ଟିମ୍ ଇଣ୍ଡିଆ (FIH Hockey Men’s Junior World Cup Tamil Nadu 2025 against Chile) । ଆଜି ଭାରତୀୟ ଦଳ ଓମାନକୁ ଭେଟିବ ।

ଭାରତ ପାଇଁ ରୋଶନ କୁଜୁର (୧୬’, ୨୧’), ଦିଲରାଜ ସିଂହ (୨୫’, ୩୪’), ଅଜିତ ଯାଦବ (୩୫’), ଅନମୋଲ ଏକ୍କା (୪୮’) ଏବଂ ରୋହିତ (୫୯’) ଗୋଲ ସ୍କୋର କରିଥିଲେ। ଏହି ସମୟର ଭାରତୀୟ ଗୋଲକିପର ବିକ୍ରମଜିତ ସିଂହ ଏବଂ ପ୍ରିନ୍ସ ଦୀପ ସିଂହ ଅସାଧାରଣ ଭାବରେ ପ୍ରଦର୍ଶନ କରି ଗୋଲ୍ ହେବାକୁ ଦେଇ ନଥିଲେ ।

ଏହି ବିଜୟ ସହ ଭାରତ ୩ ପଏଣ୍ଟ ପାଇଛି ।
FIH ହକି ପୁରୁଷ ଜୁନିଅର ବିଶ୍ୱକପ୍ ମ୍ୟାଚ୍ର ଲାଇଭ୍ ଷ୍ଟ୍ରିମିଂ JioHotstarରେ ଦେଖିପାରିବେ ହକି ପ୍ରେମୀ । ଆଜିର ଭାରତ ବନାମ ଓମାନ ମ୍ୟାଚ ରାତି ୮ଟାରେ ଚେନ୍ନାଇ ଠାରେ ଖେଳାଯିବ ।
Comments are closed.