Latest Odisha News

BREAKING NEWS

[ଭିଡ଼ିଓ] କଳିଙ୍ଗ ଷ୍ଟାଡିୟମରେ ପାଣି

ଭୁବନେଶ୍ବର: ଜୱାଦ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ସେହିଭଳି କଳିଙ୍ଗ ଷ୍ଟାଡିୟମ୍ ରେ ମ୍ୟାଚ୍ ଚାଲଇଥିବା ବେଳେ ଏଠାରେ ମଧ୍ୟ ବର୍ଷା ପ୍ରଭାବ ଦେଖିବାକୁ ମିଳିଥିଲା । ହକି ଷ୍ଟାଡିୟମରେ ପାଣି ପଶିଯାଇଥିବା ବେଳେ ଖେଳ ବାଧା ପ୍ରାପ୍ତ ହୋଇଥିଲା ।
ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା ।

କାନାଡା-ଚିଲି ମ୍ୟାଚ୍ ପୂର୍ବରୁ ଢୁଢୁ ବର୍ଷା ହେବା ସହ କଳିଙ୍ଗ ଷ୍ଟାଡିୟମ୍ ନୀଳ ଟର୍ଫରେ ପାଦେ ପର୍ଯ୍ୟନ୍ତ ପାଣି ଜମି ଯାଇଥିଲା। ଜଳ ନିଷ୍କାସନର ଭଲ ବ୍ୟବସ୍ଥା ଥିଲେ ମଧ୍ୟ ଟର୍ଫରୁ ପାଣି ପୂରା ଖାଲି ହୋଇନଥିଲା । ଏତିକିବେଳେ ସ୍ବେଚ୍ଛାସେବୀମାନେ ହାତରେ ୱାଇପର୍‌ ଧରି ବାହାରି ପଡ଼ିଥିଲେ। ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ପାଣି ସଫା କରି ଟର୍ଫକୁ କିଛି କ୍ଷଣ ଭିତରେ ଖେଳିବା ଉପଯୋଗୀ କରି ଅଜସ୍ର ପ୍ରଶଂସା ସାଉଣ୍ଟିଥିଲେ।

Leave A Reply

Your email address will not be published.