Latest Odisha News

BREAKING NEWS

ଜଓ୍ବାଦ ପ୍ରଭାବରେ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା, ଚାଷ ଜମିରେ ଲହଡି ମାରୁଛି ପାଣି

ଭଦ୍ରକ : ଟଳିଛି ବାତ୍ୟା ବିପଦ, ହେଲେ ଅବପାତ ପ୍ରଭାବରେ ଭଦ୍ରକ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି । କିନ୍ତୁ ଲଗାଣ ବର୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ବର୍ଷା ଯୋଗୁଁ ଚାଷ ଜମିରେ ଲହଡି ମାରୁଛି ପାଣି । ବର୍ତ୍ତମାନ ଧାନ ଅମଳ ସମୟ । ହେକ୍ଟର ହେକ୍ଟର ଜମିରେ ପାଚିଲା ଧାନ ପଡି ରହିଛି । ବର୍ଷା ଯୋଗୁଁ ଭାଣିରେ ଭାସୁଛି ପାଚିଲା ଧାନ । ବର୍ଷା ଦାଉରୁ ନିଜର ଅମଳକ୍ଷମ ଧାନକୁ ରକ୍ଷା କରିବା ଚେଷ୍ଟା ଚଳାଇଛନ୍ତି ଚାଷୀ । ଆଶା ଥିଲା ଏଥର ଭଲ ଅମଳ ହେବ । କିନ୍ତୁ ଅଦିନିଆ ବର୍ଷା ଫସଲକୁ ନଷ୍ଟ କରିବାକୁ ବସିଛି ।

ମୁଖ୍ୟତଃ ସମୁଦ୍ର ଓ ନଦୀ ଉପକୂଳବର୍ତ୍ତୀ ଧାମରା, ଚାନ୍ଦବାଲି, ଆରଡି ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । କଚାଘରେ ବସବାସ କରୁଥିବା ଲୋକଙ୍କ ନିକଟରେ ପହଞ୍ଚିଛି ଏନଡିଆରଏଫ ଟିମ୍ । ଗତକାଲି ଠାରୁ ସମୁଦ୍ର ଉପକୂଳ ଓ ନଦୀ କୂଳିଆ ଅଞ୍ଚଳରେ ହାଲକା ପବନ ବହିବା ସହ ତୁହାକୁ ତୁହା ବର୍ଷା ଲାଗି ରହିଛି । ତାସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ମଧ୍ୟ ଆସୁଛି । ବାତ୍ୟା ଯୋଗୁଁ ସମୁଦ୍ରକୁ ସଂଯୋଗ କରୁଥିବା ବୈତରଣୀ, ମନ୍ତେଈ, ସାଳନ୍ଦୀ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବିପଦ ସଂକେତ ଜାରୀ କରାଯାଇଥିବାରୁ ଜେଠିରେ ମତ୍ସ୍ୟଜୀବୀ ଅଟକି ରହିଛନ୍ତି । ଶତାଧିକ ଟ୍ରଲରକୁ ଲଙ୍ଗର ପକାଇ ରଖାଯାଇଛି । ବର୍ଷା ଯୋଗୁଁ ପାଚିଲା ଧାନ ପାଣିରେ ବୁଡି ରହିଥିବାରୁ ଧାନ ଗଜା ହୋର ଆଶଙ୍କା ପ୍ରକାଶ ପାଇଛି ।

Leave A Reply

Your email address will not be published.