Latest Odisha News

ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର୍ସ: ୧୮ ଜଣିଆ ଭାରତୀୟ ଦଳରେ ସାମିଲ୍ ହେଲେ ଓଡ଼ିଆ ଖେଳାଳି ବିରେନ୍ଦ୍ର ଲାକ୍ରା

ଭୁବନେଶ୍ୱର: ଉଦୀୟମାନ ଡ଼ିଫେଣ୍ଡର୍ ତଥା ଓଡ଼ିଆ ହକି ତାରକା ବିରେନ୍ଦ୍ର ଲାକ୍ରା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ କ୍ୱାଲିଫାୟର୍ସ ମ୍ୟାଚ ଲାଗି ଭାରତୀୟ ୧୮ ଜଣିଆ ଦଳରେ ସାମିଲ୍ ହୋଇଛନ୍ତି ।

ଭାରତୀୟ ଦଳର ଡ୍ରାଗ୍ ଫ୍ଲିକର୍ ସ୍ପେଶାଲିଷ୍ଟ ତଥା ଡ଼ିଫେଣ୍ଡର୍ ବରୁଣ କୁମାରଙ୍କ ଆହତ ଜନିତ କାରଣରୁ ସେ ମ୍ୟାଚ ଖେଳିପାରିବେ ନାହିଁ । ତେଣୁ, ତାଙ୍କ ବଦଳରେ ଓଡ଼ିଶା ଖେଳାଳି ବିରେନ୍ଦ୍ର ଲାକ୍ରାଙ୍କୁ ଦଳରେ ଅନ୍ତର୍ଭୃକ୍ତ କରାଯାଇଛି । ବରୁଣଙ୍କ କାନ୍ଧରେ ଆଘାତ ଲାଗିଥିବା ସୂଚନା ମିଳିଛି ।

ଆସନ୍ତା ନଭେମ୍ବର ୧ ରୁ ୨ ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଭାରତ ରୁଷିଆ ବିପକ୍ଷରେ ମ୍ୟାଚ ଖେଳିବ ।

Comments are closed.