Latest Odisha News

ଆଦାନୀ ଫାଉଣ୍ଡେସନ ପକ୍ଷରୁ ୨୦୦ ମତ୍ସ୍ୟଜୀବୀଙ୍କୁ ଲାଇଫ ଜ୍ୟାକେଟ ବିତରଣ

ଧାମରା: ଧାମରା ପୋର୍ଟର ସିଏସ୍ଆର୍ ୱିଙ୍ଗ ଭାବେ ଆଦାନୀ ଫାଉଣ୍ଡେସନ ଏହାର ପାରିପାଶ୍ୱିର୍କ ଅଞ୍ଚଳରେ ଲୋକମାନଙ୍କ ଜୀବନ ଜିବୀକା ମାନରେ ଉନ୍ନତି ଆଣିବା ନିମନ୍ତେ ବିଭିନ୍ନ ପ୍ରକାର କାର୍ଯ୍ୟ ପରିଚାଳନା କରିଆସୁଅଛି । ଏହି ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଆଦାନୀ ଫାଉଣ୍ଡେସନ ସ୍ଥାନୀୟ ମତ୍ସ୍ୟଜୀବୀ, ଯେଉଁମାନେ କି ଏହି ଅଞ୍ଚଳର ଏକ ବଳିଷ୍ଠ ଶକ୍ତି ଭାବେ ପରିଗଣିତ ହୋଇଛନ୍ତି ସେମାନଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିଆସୁଅଛି ।

ବିଭିନ୍ନ କୌଶଳ ଭିତ୍ତିକ କାର୍ଯ୍ୟକ୍ରମ, ଯେପରିକି ଏହି ସମୁଦାୟଙ୍କର ସୁରକ୍ଷା ଏବଂ ସୁରକ୍ଷା ପ୍ରଶିକ୍ଷଣର ସଂଚାଳନ କରିବା ଆଦାନୀ ଫାଉଣ୍ଡେସନର ମୁଖ୍ୟ ଉଦ୍ଦେଶ୍ୟ ରହିଆସିଅଛି । ଆଦାନୀ ଫାଉଣ୍ଡେସନ ସମୟ ସମୟରେ ବିିଭିନ୍ନ କୌଶଳ ବିକାଶ କାର୍ଯ୍ୟକ୍ରମ ଏବଂ ଭିତ୍ତିଭୂମି ବିକାଶରେ ସହାୟତା ପ୍ରଦାନ କରି ଜିଲା ବନ୍ୟ, ମତ୍ସ୍ୟ ଏବଂ ସାମୁଦ୍ରିକ ପୋଲିସ ଥାନା ବିଭାଗର ସହାୟତାରେ ଏହି କାର୍ଯ୍ୟକ୍ରମଗୁଡ଼ିକୁ ପରିଚାଳନା କରିଆସୁଅଛି । ଏହା ନିଜର ସାମୁଦ୍ରିକ ବିଭାଗର ସହାୟତା ମଧ୍ୟ ନେଇଥାଏ ଯାହାକି ମତ୍ସ୍ୟଜୀବୀ ସମୁଦାୟର ବିକାଶ ନିମନ୍ତେ ପଦକ୍ଷେପ ନେଇଥାଏ ।

ଏହିକ୍ରମରେ ମତ୍ସ୍ୟଜୀବୀମାନଙ୍କ ଜୀବନ ଜିବୀକା ମାନ ବୃଦ୍ଧି କରିବା ଦିଗରେ ଜିଲା ବନ୍ୟ ବିଭାଗ, ଭଦ୍ରକ, ଧାମରା ସାମୁଦ୍ରିକ ଥାନା, ଡିପିସିଏଲ୍ର ସାମୁଦ୍ରିକ ବିଭାଗ, ଧାମରା ଏବଂ ବୈତରଣୀ ବାଲିଚରା ମତ୍ସ୍ୟଜୀବୀ ସଂଘ- ଚନ୍ଦନୀପାଳ, ଧାମରା ସିଏସ୍ଆର୍ ବିଭାଗର ମିଳିତ ସହଯୋଗରେ ଏକ ବୈଠକ ୩୦ ତାରିଖରେ ଚନ୍ଦନୀପାଳଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଦାନୀ ଧାମରା ପୋର୍ଟ କାର୍ଯ୍ୟ ଏବଂ ମତ୍ସ୍ୟଜୀବୀ ସହିତ ଏହା କିପରି ଅଙ୍ଗାଙ୍ଗୀ ଭାବେ ଜଡ଼ିତ ସେ ବିଷୟରେ ଆଲୋଚନା କରାଯାଇଥିଲା । ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା ନିମନ୍ତେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ୨୦୦ ମତ୍ସ୍ୟଜୀବୀଙ୍କୁ ଲାଇଫ୍ ଜ୍ୟାକେଟ ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣିମା ପି, ଜିଲା ବନ ଅଧିକାରୀ, ଚାନ୍ଦବାଲି, ଶ୍ରୀକାନ୍ତ ପତି, ଧାମରା ସାମୁଦ୍ରିକ ଥାନା ଏବଂ କ୍ୟାପଟେନ ଅଜିତ ନାରାୟଣ ମହାପାତ୍ର, ଡିପିସିଏଲ୍ ସାମୁଦ୍ରିକ ବିଭାଗ ପ୍ରମୁଖ ଯୋଗ ଦେଇଥିଲେ । ଚନ୍ଦନୀପାଳସ୍ଥିତ ବାଲିଚର ମତ୍ସ୍ୟଜୀବୀ ସଂଘର କର୍ମକର୍ତ୍ତା ଅମର କୁମାର ଜେନା, ଗୟାଧର ନାୟକ ଏବଂ ଅଶୋକ ଗିରି ପ୍ରମୁଖ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.