Latest Odisha News

ଏଫଆଇଏଚ ପ୍ରୋ ଲିଗ: କଳିଙ୍ଗ ଷ୍ଟାଡିୟମରେ ଭାରତର ଗୋଲ ବର୍ଷା

ଭୁବନେଶ୍ୱର: ଚଳିତ ଏଫଆଇଏଚ ପ୍ରୋ ଲିଗରେ ଆଜି କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ହକି ଖେଳାଳି ଗୋଲ ବର୍ଷା କରିଛନ୍ତି । ଶୁକ୍ରବାର ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ଭାରତ ୭-୪ରେ ବିଜୟ ହାସଲ କରିଛି । ଭାରତ ପକ୍ଷରୁ ହରମନପ୍ରୀତ ସିଂ (୭ମ, ୧୯ତମ)ଓ କାର୍ତି ସେଲଭମ(୧୭ତମ, ୩୮ତମ) ୨ଟି ଲେଖାଁଏ ଗୋଲ ସ୍କୋର କରିଥିଲେ । ରାଜ କୁମାର ପାଲ, ସୁଖଜିତ ସିଂ ଓ ଯୁଗରାଜ ସିଂ ଗୋଟିଏ ଲେଖାଁଏ ଗୋଲ ଦେଇଥିଲେ । ପ୍ରଥମ ପିରିୟଡରେ ନ୍ୟୁଜିଲାଣ୍ଡ ୩-୧ରେ ଆଗୁଆ ରହି ଭାରତକୁ ଚାପରେ ପକାଇଥିଲା । ମାତ୍ର ଦ୍ୱିତୀୟ କ୍ୱାର୍ଟରରେ ଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ହାଫଟାଇମ ସୁଦ୍ଧା ମ୍ୟାଚକୁ ୩-୩ ସମାନ ସ୍ଥିତିକୁ ଆଣି ଦେଇଥିଲା । ତୃତୀୟ ପିରିୟଡରେ ଭାରତ ୫-୩ରେ ଏବଂ ଶେଷ ପିରିୟଡରେ ୭-୪ରେ ଆଗୁଆ ବିଜୟୀ ହୋଇଥିଲା ।

ରବିବାର ଭାରତ ତାର ପରବର୍ତୀ ମୁକାବିଲାରେ ସ୍ପେନକୁ ଭେଟିବ । ଏହି ମ୍ୟାଚରେ ଭାରତ ବିଜୟଧାରା ବଜାୟ ରଖିବାକୁ ଚାହିଁବ । କଳିଙ୍ଗ ଷ୍ଟାଡିୟମର ଭରପୂର ଦର୍ଶକ ଆଜିର ମ୍ୟାଚକୁ ମନଭରି ଉପଭୋଗ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଚାଇଲ୍ଡ ସାଇମନ, ଲେନ ସାମ, ଜେକ ସ୍ମିଥ ଓ ନିକ ଉଡ ଗୋଲ ସ୍କୋର କରିଥିଲେ ।

Leave A Reply

Your email address will not be published.