Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଲଗାଣ ବର୍ଷାରେ ସ୍ଥିତି ବେହାଲ, ଘରେ ଭିତରେ ଆଣ୍ଠୁଏ ପାଣିରେ ଅସ୍ତବ୍ୟସ୍ତ ଜୀବନ

ପୁରୀ : ସାରା ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ଯୋଗୁ ଲୋକେ ଜଳବନ୍ଦୀ ହୋଇଯାଇଛନ୍ତି । ସେହିଭଳି ବର୍ଷା ଯୋଗୁ ଘର ଦ୍ୱାର ପାଣି ଭର୍ତ୍ତି ହୋଇଯାଇଛି । ପୁରୀରେ ମଧ୍ୟ ବର୍ଷା ପଶିି ଘର ଭିତରେ ପଶି ଲହଡି ଭାଙ୍ଗୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ପୁରୀ ବାସେଳିସାହି ମୁଦୁଲିଯାଗା ନିକଟ ନୀଳଚକ୍ର ଲେନ । ମୁଦୁଲି ଜାଗାରେ ଭୁଲ ଭାବେ ନୂଆ ଡ୍ରେନ ଯୋଗୁ ଜଳ ନିଷ୍କାସନ ନ ହୋଇ ପାରି ଲୋକ ଙ୍କ ଘରେ ଅଣ୍ଠୁଏ ଉଚ୍ଚର ପାଣି । ଭୋକ ଉପାସରେ ଲୋକ ମାନେ ଛୁଆଙ୍କୁ ଧରି ରହିଛନ୍ତି  । ଘରେ ଡ୍ରେନ ପାଣି ଲହଡି ମାରୁିଛି।

ବିଧାୟକଙ୍କଠାରୁ ନେଇ ଜିଲ୍ଲପ।।ଳ ପର୍ଯ୍ୟନ୍ତ ସବୁଠି ସମସ୍ୟା ନେଇ ଜଣାଯାଇଛି। ହେଲେ ଏନେଇ କାହାର ପାଟି ଫିଟୁନି। ଘର ଭିତରେ ପରିବାର ସହ ରହୁଥିବା ଲୋକେ ଘରେ ସାପ ବେଙ୍ଗ ପଶିଲେଣି ବୋଲି କହିବା ସହ ଖୁବଶିଘ୍ର ଡ୍ରେନ୍ ବ୍ୟବସ୍ଥା ଠିକ୍ କରିବାକୁ କହିଛନ୍ତି
ବର୍ଷା ଆରମ୍ଭରୁ ଏହିଭଳି ସ୍ଥିତି ଉପୁଜିଥିବା ବେଳେ ବର୍ଷା ଆଗକୁ ଆହୁରି ଦୁଇରୁ ତିନି ମାସ ପର୍ଯ୍ୟନ୍ତ ବାକି ରହିଛି। ତେବେ ଆଗକୁ କଣ ହେବ ସ୍ଥିତି ସେ ନେଇ ପ୍ରମାଦ ଗଣିଲେଣି ଲୋକେ।

Leave A Reply

Your email address will not be published.