Latest Odisha News

BREAKING NEWS

ଏଫଆଇଏଚ୍ ମହିଳା ସିରିଜ ଫାଇନାଲ୍ସ: ଜାତୀୟ ଦଳରେ ୩ଜଣ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଜାପାନର ହିରୋସିମାଠାରେ ଆସନ୍ତା ଜୁନ ୧୫ ତାରିଖଠାରୁ ଆରମ୍ଭ ହେଉଛି ଏଫଆଇଏଚ୍ ମହିଳା ସିରିଜ ଫାଇନାଲ୍ସ ପ୍ରତିଯୋଗିତା । ଏହି ଆନ୍ତର୍ଜାତୀକ ଟୁର୍ଣ୍ଣାମେଣ୍ଟ ଲାଗି ହକି ଇଣ୍ଡିଆ ପକ୍ଷରୁ ଏକ ୧୮ ଜଣିଆ ଦଳ ଘୋଷିତ ହୋଇଥିବା ବେଳେ ଏଥିରେ ୩ ଜଣ ଓଡ଼ିଆ ଖେଳାଳି ସାମିଲ୍ ହୋଇଛନ୍ତି । ଏହି ଭାରତୀୟ ଦଳରେ ଓଡ଼ିଆ ଖେଳାଳି ଦୀପ ଗ୍ରେସ ଏକ୍କା, ସୁନୀତା ଲାକ୍ରା ଏବଂ ଲିଲିମା ମିଞ୍ଜ ।

ଏହି ଅଲିମ୍ପିକ୍ସ ଯୋଗ୍ୟତା ଭିତ୍ତିକ ଟୁର୍ଣ୍ଣାମେରେ ୮ଟି ରାଷ୍ଟ୍ର ଅଂଶଗ୍ରହଣ କରୁଥିବା ବେଳେ ୨ଟି ପୁଲରେ ବିଭକ୍ତ ହୋଇଛନ୍ତି ସମସ୍ତ ଦଳ ।

ଏହି ଟୁର୍ଣ୍ଣାମେଣ୍ଟର ପୁଲ ଏରେ ଭାରତ, ପୋଲାଣ୍ଡ, ଉରୁଗୁଏ ଏବଂ ଫିଜି ରହିଥିବା ବେଳେ ପୁଲ୍ ବି ରେ ରହିଛନ୍ତି ଆୟୋଜକ ଜାପାନ, ଚିଲି, ଋଷିଆ ଏବଂ ମେକ୍ସିକୋ ଦଳ ।

Leave A Reply

Your email address will not be published.