Latest Odisha News

ଭାଇ-ଭଉଣୀଙ୍କ ସମେତ ବିଶିଷ୍ଟ ଶିଳ୍ପପତି ନବୀନଙ୍କୁ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳର ୨୦ ଜଣ ନେତା ବୁଧବାର ଦିନ ଇଡକୋ ପ୍ରଦର୍ଶନୀ ପଡିଆରେ ଶପଥ ଗ୍ରହଣ କରିଛନ୍ତି । ଏହି ଉତ୍ସବ ସମାପନ୍ନ ପରେ ନବୀନ ରାଜ୍ୟ ସଚିବାଳୟ ଅଭିମୁଖେ ଗସ୍ତ କରିଥିଲେ । ପରେ ସଚିବାଳୟ ସମ୍ମୁଖରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ସେଠାରେ ନବୀନଙ୍କୁ ବିଶାଳ ପୁଷ୍ପମାଳ ଦେଇ ଭାରତର ବିଶିଷ୍ଟ ଶିଳ୍ପପତିମାନେ ମଧ୍ୟ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି ।

କେଏମ୍ ବିର୍ଲା, ସଞ୍ଜୀବ ପୁରି, ପୁନିତ ଡାଲମିଆ, ସଙ୍ଗୀତା ରେଡ୍ଡୀ ଏବଂ ସିପି ଗୁରନାମି ଭଳି ବିଶିଷ୍ଟ ଶିଳ୍ପପତିମାନେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଶପଥ ଗ୍ରହଣ ଅବସରରେ ନବୀନଙ୍କ ଭାଇ ପ୍ରେମ ପଟ୍ଟନାୟକ ଓ ଭଉଣୀ ଗୀତା ପଟ୍ଟନାୟକ ଉପସ୍ଥିତ ରହିଥିବାବେଳେ ସେମାନେ ସଚିବାଳୟ ଯାଇ ନବୀନଙ୍କୁ ମଧ୍ୟ ଅଭିବାଦନ ଜଣାଇଛନ୍ତି ।

ଓଡିଶାରେ ୫ମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ନବୀନ ରେକର୍ଡ କରିଛନ୍ତି ।

Leave A Reply

Your email address will not be published.