Latest Odisha News

BREAKING NEWS

ଆସନ୍ତା ୬ ତାରିଖରୁ ଆରମ୍ଭ ହେବ କଳିଙ୍ଗ ଧଉଳି ମହୋତ୍ସବ

ଭୁବନେଶ୍ୱର: ଧଉଳି ଶାନ୍ତିସ୍ତୁପ ପାଦ ଦେଶରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ କଳିଙ୍ଗ ଧଉଳି ମହୋତ୍ସବ । ତିନି ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବର କାର୍ଯ୍ୟକ୍ରମ ଆରମ୍ଭ ହେବ ଓଡିଶୀ ଗୁରୁ ଅରୁଣା ମହାନ୍ତିଙ୍କ ନୃତ୍ୟ ପରିବେଷଣରୁ ।

ଏହା ପରେ କୋଲକାତାର କଳାକାର ଅସୀମାବନ୍ଧୁ ଭଟ୍ଟାଚାର୍ଯ୍ୟ କଥକ ନୃତ୍ୟ ଓ ଭୁବନେଶ୍ୱରର ସଦାଶିବ ପ୍ରଧାନ ଛଉ ନୃତ୍ୟ ପରିବେଷଣ କରିବେ ।
ଦ୍ୱିତୀୟ ଦିନରେ ଚେନ୍ନାଇର ଭରତାଞ୍ଜଳି ଅନୁଷ୍ଠାନର କଳାକାର ଅନିତା ଗୁହା ଭାରତନାଟ୍ୟମ ପରିବେଷଣ କରିବେ । ଏହା ପରେ ଭୁବନେଶ୍ୱରର ଆର୍ଟ ଭିଜନରୁ ଇଲିଆନା ସୀତାରିଷ୍ଟ ଓଡିଶୀ ଓ ସୁଶାନ୍ତ ମହାତୋ ପୁରୁଲିଆ ଛଉ ପରିବେଷଣ କରିବେ ।

ତୃତୀୟ ସନ୍ଧ୍ୟଆ ଆରମ୍ଭ ହେବ ବେଙ୍ଗାଳୁରୁର ସମ୍ଭାବୀ ସ୍କୁଲ ଅଫ୍ ଡ୍ୟାନ୍ସର କଳାକାର ଜୟନ୍ତୀ କାଶୀ ନୃତ୍ୟ ପରିବେଷଣ କରିବେ । ପରେ ପରେ ଅନଗୁଳର ନୃତ୍ୟଶିଳ୍ପୀ ସ୍ୱପ୍ନାରାଣୀ ସିହ୍ନା ଓଡିଶୀ ନୃତ୍ୟ ଓ ନୂଆଦିଲ୍ଲୀର ଆଚାର୍ଯ୍ୟ ଛଉ ନୃତ୍ୟ ବିିଚିତ୍ରାର କଳାକାର ଶଶଧର ଆଚାର୍ଯ୍ୟ ଶଢେଇକଳା ଛଉ ପରିବେଷଣ କରିବେ ।

ଓଡିଶା ପର୍ଯ୍ୟଟନ ଓ ଓଡିଶା ଡ୍ୟାନ୍ସ ଏକାଡେମୀର ମିଳିତ ଉଦ୍ୟମରେ ହେବାକୁ ଥିବା ଏହି ମହୋତ୍ସବର ସିଧାପ୍ରସାରଣ ଡିଡି ଭାରତୀରେ ଦର୍ଶକ ଦେଖିପାରିବେ । ଏଥି ସହ ଓଡିଶା ପର୍ଯ୍ୟଟନ ଓ ଓଡିଶା ଡ୍ୟାନ୍ସ ଏକାଡେମୀର ଫେସବୁକ, ୟୁଟ୍ୟୁବ୍‌, ଟ୍ୱିଟର ପେଜ ଜରିଆରେ ସିଧାପ୍ରସାରଣ ହେବ ।

Leave A Reply

Your email address will not be published.