Latest Odisha News

BREAKING NEWS

‘ଧଡ଼କ’ର ବକ୍ସ ଅଫିସରେ ଧମାକା, ୫ ଦିନରେ କଲା ୪୪ କୋଟି କଲେକ୍ସନ୍ !

ମୁମ୍ବାଇ : ଶ୍ରୀଦେବୀ ତନୟା ଜାହ୍ନବୀ ଓ ଇଶାନ ଖଟ୍ଟର୍ ଅଭିନୀତ ଫିଲ୍ମ ‘ଧଡ଼କ’ ସିନେମା ହଲରେ ଫୁଲ ଦମରେ ଆଗେଇ ଚାଲିଛି । ଜାହ୍ନବୀ ଓ ଇଶାନଙ୍କ ପ୍ରେମ ଦର୍ଶଙ୍କ ହୃଦୟକୁ ବେଶ୍ ଛୁଇଁ ପାରିଛି । ମାନେ ଆମେ କିଶୋରୀ ଜାହ୍ନବୀ କି ହ୍ୟାଣ୍ଡସମ ଇଶାନଙ୍କ ପ୍ରେମ କଥା କହୁନୁ, ଫିଲ୍ମରେ ଦୁହିଁଙ୍କ ପ୍ରେମ କାହାଣୀ ପ୍ରକୃତରେ ଦର୍ଶକଙ୍କ ହୋସ ଉଡ଼େଇ ଦଉଛି । ବକ୍ସ ଅଫିସରେ ରିଲିଜ ହେବାର ମାତ୍ର ୫ ଦିନରେ ୪୪ କୋଟି କଲେକ୍ସନ କରିପାରିଛି ‘ଧଡ଼କ’ !

ମରାଠୀ ସୁପରହିଟ ଫିଲ୍ମ ‘ସୈରାଟ୍’ ର ହିନ୍ଦି ରିମେକ୍ ହେଉଛି ‘ଧଡ଼କ’ । ମାତ୍ର ୩୦ କୋଟିରେ ନିର୍ମିତ ଏହି ସିନେମା ସାରା ଦେଶର ୨୭୦୦ରୁ ଅଧିକ ସ୍କ୍ରିନରେ ରିଲିଜ ହୋଇଥିଲା । କରନ ଜୋହର୍ ପ୍ରଡ଼କ୍ସନ ଦ୍ୱାରା ନିର୍ମିତ ବନି ଓ ଶଶାଙ୍କ ଖୈତାନ ନିର୍ଦ୍ଦେଶିତ ‘ଧଡ଼କ’ ପ୍ରଥମ ସପ୍ତାହରେ ୫୦ କୋଟି ଟଙ୍କାରୁ ଅଧିକ କଲେକ୍ସନ କରିବା ନେଇ ସମସ୍ତେ ଆଶାବାଦୀ ରହିଛନ୍ତି ।

ସବୁଠାରୁ ଖାସ୍ କଥାହେଉଛି ଆଲିଆ ଭଟ୍ଟ, ବରୁଣ ଧାୱନ ଓ ସିଦ୍ଧାର୍ଥ ମାଲହୋତ୍ରା କରଣ ଜୋହରଙ୍କ ‘ଷ୍ଟୁଡ଼େଣ୍ଟ ଅଫ ଦି ଇୟର୍’ ଫିଲ୍ମରେ ନିଜର ଡ଼େବ୍ୟୁ କରି ବଲିଉଡରେ ପାଦ ଥାପିଥିଲେ । ନିଜର ଅଭିନୟ ଦକ୍ଷତା ମାଧ୍ୟମରେ ଏମାନେ ଜଣେ ଜଣେ ଷ୍ଟାର ପାଲଟି ଗଲେଣି । ତେବେ ଯାହାବି ହେଉ ‘ଧଡ଼କ’ ଜାହ୍ନବୀଙ୍କର ଡେବ୍ୟୁ ଫିଲ୍ମ ହୋଇଥିବା ବେଳେ ଇଶାନଙ୍କର ହେଉଛି ପ୍ରଥମ ହିନ୍ଦୀ ଫିଲ୍ମ ।

Leave A Reply

Your email address will not be published.