ମୁମ୍ବାଇ: ପରଲୋକରେ ବଲିଉଡକୁ ପ୍ରଥମ ‘ଡନ୍’ ଫିଲ୍ମ ଭେଟି ଦେଇଥିବା ନିର୍ଦ୍ଦେଶକ ଚନ୍ଦ୍ର ବାରୋଟଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ୧୯୭୮ ମସିହାରେ ‘ଡନ୍’ ଫିଲ୍ମ ତିଆରି କରିଥିଲେ । ଆଉ ଏହି ଗୋଟିଏ ଫିଲ୍ମ ତାଙ୍କର ଯାହା ସୁପର ଡୁପର ହିଟ୍ ହୋଇଥିଲା । ନିର୍ଦ୍ଦେଶକଙ୍କ ନିଧନ ପରେ ବଲିଉଡ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।
ଚନ୍ଦ୍ର ବାରୋଟ ଗତ ୭ ବର୍ଷ ଧରି ପଲମୋନାରୀ ଫାଇବ୍ରୋସିସ୍ ନାମକ ଏକ ରୋଗରେ ପୀଡିତ ଥିଲେ । ଏହା ଏକ ବିରଳ ଫୁସଫୁସ ଜନିତ ରୋଗ ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଫୁସଫୁସ ଫୁଲିଯାଏ ଏବଂ ନିଶ୍ୱାସ ନେବାରେ କଷ୍ଟ ହୁଏ । ତାଙ୍କୁ ଗୁରୁ ନାନକ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା ଏବଂ ସେ ଡାକ୍ତର ମନୀଷ ଶେଟ୍ଟୀଙ୍କ ତତ୍ତ୍ୱାବଧାନରେ ଥିଲେ । ପୂର୍ବରୁ, ତାଙ୍କୁ ଜସଲୋକ ହସ୍ପିଟାଲରେ ମଧ୍ୟ ଚିକିତ୍ସା କରାଯାଉଥିଲା ବୋଲି ଏହି ଖବରକୁ ନିଶ୍ଚିତ କରିଛନ୍ତି ।
‘ଡନ୍’ ଫିଲ୍ମ ର ଗୀତଗୁଡ଼ିକୁ ମଧ୍ୟ ବହୁତ ପସନ୍ଦ କରାଯାଇଥିଲା ଏବଂ ଆଜି ମଧ୍ୟ ଏହି ଫିଲ୍ମର ସିକ୍ୱେଲ୍ ତିଆରି ହେଉଛି । ଏହି ଦୁଃଖଦ ଅବସରରେ, ଡନ୍ ଫ୍ରାଞ୍ଚାଇଜିକୁ ଏକ ନୂତନ ଦିଗଦର୍ଶନ ଦେଇଥିବା ଫରହାନ୍ ଅଖତର ମଧ୍ୟ ତାଙ୍କ ମୃତ୍ୟୁରେ ମୂଳ ଫିଲ୍ମର ନିର୍ମାତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ଏବେ ଫରହାନ ଅଖତରଙ୍କ ଏହି ପୋଷ୍ଟରେ ପ୍ରଶଂସକ ଏବଂ ସେଲିବ୍ରିଟିମାନେ ମଧ୍ୟ ଶୋକ ପ୍ରକାଶ କରୁଥିବାର ଦେଖାଯାଉଛି । ଆପଣଙ୍କୁ କହିରଖୁଛୁ ଯେ, ନିର୍ଦ୍ଦେଶକଙ୍କୁ ପଲମୋନାରୀ ଫାଇବ୍ରୋସିସ୍ ହୋଇଥିଲା ଏବଂ ବୟସ ସମ୍ପର୍କିତ ସମସ୍ୟା ଯୋଗୁଁ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା । ସେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଡନ୍’ ସହିତ ନିର୍ଦ୍ଦେଶକ ଭାବରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ବ୍ୟତୀତ ସେ ବଙ୍ଗଳା ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ତଥାପି, ତାଙ୍କର ଅନେକ ପ୍ରୋଜେକ୍ଟ ଅସମ୍ପୂର୍ଣ୍ଣ ରହିଗଲା ଏବଂ କେବେ ମୁକ୍ତିଲାଭ କରିପାରିଲା ନାହିଁ ।
Comments are closed.