Latest Odisha News

BREAKING NEWS

ପୁଣି ଭାରତକୁ ଫେରୁଛି ଏଚଟିସି ସ୍ମାର୍ଟଫୋନ୍ !

ମୁମ୍ବାଇ: ତାଇୱାନର ବିଶ୍ୱପ୍ରସିଦ୍ଧ ସ୍ମାର୍ଟଫୋନ କମ୍ପାନୀ ଏଚଟିସି ଭାରତୀୟ ବଜାରକୁ ପୁନର୍ବାର ପ୍ରବେଶ କରିବାକୁ ଯୋଜନା କରୁଛି ବୋଲି ଏକ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଗତବର୍ଷଠାରୁ ଭାରତରେ ଏହି କମ୍ପାନୀ ତାହାର ଅପରେସନ୍ ଏକପ୍ରକାର ବନ୍ଦ କରିଦେଇଥିଲା ।

ଗଣମାଧ୍ୟମ ସଂସ୍ଥା ପିଟିଆଇ ସୂତ୍ରରୁ ଜଣାପଡ଼ିଛି ଯେ, ଏବେ ଏହି ଏଚଟିସି ଚାଇନା କମ୍ପାନୀ ଇନୋନ୍ ଟେକ୍ନୋଲୋଜି ସେନଜେନ ପକ୍ଷରୁ ବିତରଣ ହେବ ।

ପୂବରୁ ଏହି ଏଚଟିସି କମ୍ପାନୀ ଭାରତୀୟ ବଜାରରେ ବେଶ୍ ପ୍ରଭାବ ବିସ୍ତାର କରିପାରିଥିଲା । ଏହି କମ୍ପାନୀ ପକ୍ଷରୁ ଭାରତୀୟ ବଜାରରେ ଦୁଇଟି ସ୍ମାର୍ଟଫୋନ ଉପଲବ୍ଧ ହୋଇଥିଲା – ସେଗୁଡ଼ିକ ହେଲା ଏଚଟିସି ୟୁ୧୧ ଏବଂ ଏଚଟିସି ୟୁ୧୧+ ଫୋନ । ଏହି ଦୁଇଟି ଫୋନ ଭାରତୀୟ ବଜାରରେ ତିଷ୍ଠି ପାରିନଥିଲା କାରଣ ଏହାର ବ୍ୟୟବହୁଳ ଷ୍ଟିକର୍ ପ୍ରାଇସ୍ ଥିଲା ଯଥାକ୍ରମେ ୫୧,୯୯୦ ଏବଂ ୫୬,୯୯୦ ଟଙ୍କା ।

Leave A Reply

Your email address will not be published.