ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତିି । ନିକଟରେ ଫିଲ୍ମର ଏକ ନୂଆ ଗୀତ ରିଲିଜ୍ ହୋଇଛି, ଯେଉଁଥିରେ ସଲମାନ ବହୁତ ସୁନ୍ଦର ଲୁକରେ ନଜର ଆସିଛନ୍ତି । ସଲମାନ ପ୍ରଥମ ଥର ପାଇଁ ଲୁଙ୍ଗି, ସାର୍ଟ ଓ ଗାମୁଛା ପିନ୍ଧିଛନ୍ତି । କେବଳ ଏତିକି ନୁହେଁ, ସେ ଆଖିରେ କଳା ଚଷମା ଏବଂ କପାଳରେ ଟିକା ପିନ୍ଧିଥିବାର ନଜର ଆସିଛନ୍ତି ।
ଖୋଲା ଶରୀରକୁ ଦେଖାଉଥିବା ସଲମାନଙ୍କୁ ପୁରା ପୋଷାକରେ ଏହି ଗୀତରେ ଦେଖିବାକୁ ମିଳିଛି । ଏହି ଗୀତକୁ ପ୍ରଶଂସକ ବହୁତ ପସନ୍ଦ କରିଛନ୍ତି । ପୂଜାର କିଛି ଦୃଶ୍ୟ ମଧ୍ୟ ଏଥିରେ ପ୍ରଦର୍ଶିତ ହୋଇଛି । ଗୀତର ଭିଜୁଆଲ୍ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛି । ଏହାକୁ ଦେଖି ପ୍ରଶଂସକମାନେ ଚେନ୍ନାଇ ଏକ୍ସପ୍ରେସ ଏବଂ ଅନେକ ଦକ୍ଷିଣ ଚଳଚ୍ଚିତ୍ରର ଗୀତ ପରି ହୋଇଛି ବୋଲି ମତ ରଖିଛନ୍ତି । ଏହି ଗୀତରେ ଶାହନାଜ ଗିଲ, ପାଲକ ତିୱାରୀ ଏବଂ କୋରିଓଗ୍ରାଫର ରାଘବ ମଧ୍ୟ ସଲମାନଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଛି ।
Comments are closed.