Latest Odisha News

BREAKING NEWS

ଅବଧି ସରିନି, ସରିଗଲା ବିଧାନସଭା

ଭୁବନେଶ୍ୱର:ଶେଷ ହୋଇଛି ବିଧାନସଭା ବଜେଟ ଅଧିବେଶନ।୬ ଦିନ ପୂର୍ବରୁ ଅର୍ଥାତ ୪ ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଛି ବଜେଟ ଅଧିବେଶନ। ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ବାଚସ୍ପତି ।

ଏହି ଅଧିବେଶନରେ ଦୁଇଟି ପର୍ଯ୍ୟାୟରେ ଚାଲିବା ସହ ମୋଟ ୨୩ ଟି କାର୍ଯ୍ୟ ଦିବସ ରହିଥିଲା। ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଏହି ଅଧିବେଶନରେ ପାରିତ ହୋଇଛି । ସରକାର ଗୃହରେ ଉପସ୍ଥାପିତ କରିଥିବା ତିନୋଟି ବିଲକୁ ପ୍ରତ୍ୟାହାର କରି ନେଇଛନ୍ତି।

ଏହି ଅଧିବେଶନ ବେଶ ସରଗରମ ରହିଥିଲା। ନବ ଦାସଙ୍କ ହତ୍ୟାକାଣ୍ଡ, ଫାଇଭ ଟି ପ୍ରସଙ୍ଗ, ଅଫିସରରାଜ,ସୀମାବିବାଦ, ମହାନଦୀ ବିବାଦ, ଜାଲ ସାର୍ଟିଫିକେଟ ଭଳି ପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ ବିରୋଧୀ ।

ତେବେ ୬ ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରିବାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ କକ୍ଷତ୍ୟାଗ କରିଥିବା ବେଳେ ବିଜେପି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲା।

ବିଭିନ୍ନ ପ୍ରସଙ୍ଗରେ ସରକାର ଉତ୍ତର ଦେଇପାରୁ ନ ଥିବାରୁ ପଳାୟନପନ୍ଥୀ ସାଜିଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା। କଂଗ୍ରେସ ବି ଏହାକୁ ନିନ୍ଦା କରିବା ସହ ଅଗଣତାନ୍ତ୍ରିକ ବୋଲି କହିଛି। ସେପଟେ ବିଜେଡି କହିଛି ଗୃହର ସେପରି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିବାରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି।

Leave A Reply

Your email address will not be published.