Latest Odisha News

BREAKING NEWS

ଗଣମାଧ୍ୟମ ଉପରେ ପ୍ରଶ୍ନ ଉଠାଇଲେ ଅକ୍ଷୟ ପରିଜା

ଭୁବନେଶ୍ୱର :  ଆଜି ପୁଣି ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା  । ବଡିଗାର୍ଡମାନଙ୍କ ସହିତ ପରା ସୁରକ୍ଷା ବଳୟ ମଧ୍ୟରେ ସେ ଇଡି ଅଫିସରେ ପହଞ୍ଚିଥିଲେ । ତେବେ କେଉଁ କେଉଁ କାରଣରୁ ତାଙ୍କୁ ଇଡି ଡାକିଛି ପ୍ରଶ୍ନରେ ଉତ୍ତର ନଦେଇ ଓଲଟା ଗଣମାଧ୍ୟମ ଉପରେ ଉଠାଇଥିଲେ ପ୍ରଶ୍ନ । ପ୍ରତିକ୍ରିୟା ଦେବା ବେଳେ ସେ କହିଥିଲେ, ମୁଁ ପୀଡିତ, ଅଭିଯୁକ୍ତ ନୁହେଁ । ରିପୋର୍ଟିଂ କରିବା ବେଳେ ମୋତେ ନିଜ ସମ୍ପର୍କୀୟ ବୋଲି ଭାବି ଖବର କରନ୍ତୁ ବୋଲି କହିଥିଲେ ଅକ୍ଷୟ ପରିଜା ।

ମିଡିଆ ଉପରେ ବର୍ଷିଛନ୍ତି ଅକ୍ଷୟ । ତାଙ୍କ ନାଁରେ ମିଥ୍ୟା ଖବର ପରିବେଷଣ କରାଯାଉଛି । ସେ ପୀଡିତ, ତେଣୁ ମିଡିଆ ତାଙ୍କୁ ଭାଇ, ମାମୁଁ, ଦାଦା ଭିତରୁ ଜଣେ ବୋଲି ଭାବନ୍ତୁ । ଗଣମାଧ୍ୟମ ଦାୟିତ୍ୱହୀନତା ଭାବେ ଖବର ପରିବେଷଣ କରୁଥିବା ସେ କହିଛନ୍ତି । ଇଡି ଅଫିସରୁ ଫେରିବା ପରେ ସବୁକଥା ସବିଶେଷ ଭାବେ ଜଣାଇବେ ବୋଲି କହିଥିଲେ । ନୟାପଲ୍ଲୀ ଥାନାରେ ସେ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଏତଲା ଦେଇଥିଲେ । ସେନେଇ ଇଡି ଉଭୟଙ୍କୁ ସାମ୍ନାସାମ୍ନି ଜେରା କରିବ ।

Leave A Reply

Your email address will not be published.