Latest Odisha News

BREAKING NEWS

ପିଶାଚ ସାଜିଲା ପୁଅ, ପରିବାରର ୪ ସଦସ୍ୟଙ୍କୁ ଛୁରି ଭୁଶି କଲା ହତ୍ୟା

ନୂଆଦିଲ୍ଲୀ : ରକ୍ତମୁଖା ହେଲା ପୁଅ । ଭୁଲିଗଲା ରକ୍ତ ସମ୍ପର୍କ । ଛାଡ଼ିଲାନି ନିଜ ବାପା, ମା, ଜେଜେମା, ଏବଂ ନିଜ ଭଉଣୀକୁ ସମସ୍ତଙ୍କୁ ଛୁରୀ ଭୁଶି ହତ୍ୟା କଲା । ଏଭଳି ଅମାନବୀୟ କାଣ୍ଡ ଘଟିଛି ଦିଲ୍ଲୀର ସାଉଥ ଓ୍ବେଷ୍ଟ ଜିଲ୍ଲା ପାଲମ ଅଞ୍ଚଳର ।

ବଇରି ସାଜିଲା ଜନ୍ମକଲା ପୁଅ । ନିଜ ପରବାରର ସମସ୍ତଙ୍କୁ ଛୁରି ଭୁଶି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ ମଧ୍ୟରେ ମାଆ, ବାପା, ଜେଜେ ମାଆ ଓ ଉଭଣୀ ଅଛନ୍ତି। ଏନେଇ ରାଜନଗର ପାର୍ଟ-୨ରୁ ଜଣକ ଘରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।

ପୋଲିସ କହିବା ଅନୁଯାୟୀ, ଅଭିଯୁକ୍ତର ନାଁ ହେଲା କେଶବ । ତା ବୟସ ୨୫ ବର୍ଷ ଓ ସେ ଜଣେ ନିଶାଖୋର୍ ବ୍ୟକ୍ତି । ସେ ହିଁ ଘରର ୪ ଜଣ ସଦସ୍ୟଙ୍କୁ ହତ୍ୟା କରିଛି। ଏନେଇ ହତ୍ୟାକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେଶବଙ୍କୁ ଗିରଫ କରିଛି ପୋଲିସ । ପୋଲିସ କହିଛି ଯେ ଅଭିଯୁକ୍ତଙ୍କ କେଶବ ନିକଟ ଅତୀତରେ ଏକ ‘ଡ୍ରଗ୍‌ସ୍ ଆଡିକ୍ସନ୍ ସେଣ୍ଟର୍‌’ରୁ ଘରକୁ ଆସିଥିଲେ।  ହେଲେ ତାଙ୍କ ଘରୁ ଚିତ୍କାର ଶୁଭିଥିଲା ତେବେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ  । ପୋଲିସ ପହଞ୍ଚିବା ବେଳକୁ ପରିବାର ସମସ୍ତେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିରହିଥିଲେ  । ସେମାନଙ୍କ ମଧ୍ୟରୁ କେହି ଜୀବୀତ ନଥିବା କହିଛି ପୋଲିସ  । ଏହି ଘଟଣାେ ଉପରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ  ।

 

Leave A Reply

Your email address will not be published.