Latest Odisha News

ଜମିଜମା ଠକେଇ ମାମଲା: ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା ଗିରଫ

ଭୁବନେଶ୍ବର: ଓଡ଼ିଶା ଫିଲ୍ମ ପ୍ରଯୋଜକ ସଚ୍ଚିକାନ୍ତ ଜେନା ଗିରଫ । ଜମିଜମା ଠକେଇ ଅଭିଯୋଗ ମାମଲାରେ ସଚ୍ଚିକାନ୍ତ ଙ୍କୁ ଗିରଫ କଲା ନୟାପଲ୍ଲୀ ପୋଲିସ । ପୂର୍ବରୁ ଏହି ମାମଲାରେ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଥିବାବେଳେ, ଏବେ ସଚ୍ଚିକାନ୍ତ ଜେନା ଗିରଫ ହୋଇଛନ୍ତି । ଅନ୍ୟ ଅଭିଯୁକ୍ତମାନେ ହେଲେ ସୁଲେଖ ରଥ, ନିର୍ଝରିତ ଶତପଥୀ ଓ କରୁଣାକର ଦାଶ ।

ସୂଚନା ମୁତାବକ, ଏମ୍ସ ନିକଟରେ ଜମି ଦେବାକୁ କହି ନକଲି ପଟ୍ଟା ଦେଖାଇ ୨ ଲକ୍ଷ ଟଙ୍କା ଠକେଇ କରିଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ପୋଲିସ ଗତ ବୁଧବାର ଘଟଣାରେ ତାଙ୍କ ଅନ୍ୟ ୩ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା । ଗତକାଲି (ଗୁରବାର) ଦିନ ସଚ୍ଚିକାନ୍ତ ଙ୍କୁ ଗିରଫ କରାଯିବା ପରେ ଏହି ମାମଲାରେ ସମସ୍ତ ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ପଚରା ଉଚରା ବେଳେ ଅଭିଯୁକ୍ତ ମାନେ ସେମାନଙ୍କ ଭୁଲ ସ୍ଵୀକାର କରିଥିବା ସୂଚନା ରହିଛି । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ନୟାପଲ୍ଲୀ ଥାନା ପୋଲିସ ।

Comments are closed.