Latest Odisha News

BREAKING NEWS

୩୦୦ କୋଟି କ୍ଲବ୍‌ରେ ସାମିଲ ହେଲା ଫିଲ୍ମ ‘ପୁଷ୍ପା’

ନୂଆଦିଲ୍ଲୀ: ସାଉଥ୍‌ ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ର ଲୋକପ୍ରିୟତା ବଢିବାରେ ଲାଗିଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ସୁକୁମାର। ଏହି ଚଳଚ୍ଚିତ୍ର ସାଉଥ୍‌ରେ ଯେତିକି ଲୋକପ୍ରିୟ ହାସଲ କରିଛି ବଲିଉଡ୍‌ରେ ମଧ୍ୟ ‌ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି।

ଚଳଚ୍ଚିତ୍ରଟିର ତୃତୀୟ ସପ୍ତାହରେ ମଧ୍ୟ ସେତିକି କ୍ରେଜ୍‌ ରହିଛି। ତାହା ସମସ୍ତଙ୍କ ଚକିତ କରିଛି। ଫିଲ୍ମ ‘ପୁଷ୍ପା’ ବକ୍ସ ଅଫିସରେ ବେଶ୍‌ ଚମତ୍କାର ପ୍ରଦର୍ଶନ କରିଛି। ଶନିବାର ଦିନ ଏହି ଚଳଚ୍ଚିତ୍ରଟି ସର୍ବାଧିକ ୬.୧୦ କୋଟି ସଂଗ୍ରହ କରିବାରେ ସଫଳ ହୋଇଛି।

ଏଭଳି ପରିସ୍ଥିତିରେ ଫିଲ୍ମର ସଂଗ୍ରହ ଅଧିକ ହେବ ବୋଲି ଆଶା କରାଯାଉଛି। ତେବେ ଫିଲ୍ମଟି ଆଉ ଏକ ସଫଳତା ଲାଭ କରିବା ସହିତ ୩୦୦ କୋଟି କ୍ଲବରେ ସାମିଲ ହୋଇଛି।

Comments are closed.