Latest Odisha News

BREAKING NEWS

ବେଙ୍ଗଲ ରଣଜୀ ଟ୍ରଫି ଟିମର ୭ ଖେଳାଳି କରୋନା ସଂକ୍ରମିତ, ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ

କୋଲକାତା: ବେଙ୍ଗଲ ପଶ୍ଚିମବଙ୍ଗ ରଣଜୀ ଟ୍ରଫି କ୍ରିକେଟ ଟିମର ୭ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ରଣଜୀ ଟ୍ରଫି ଆୟୋଜନ ନେଇ ଦ୍ୱନ୍ଦ୍ୱରେ ପଡିଛି ବିସିସିଆଇ । ଏ ନେଇ ବୋର୍ଡ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛି । ସମସ୍ତ ବେଙ୍ଗଲ ଖେଳାଳିଙ୍କ ଆରଟି ପିସିଆର ଟେଷ୍ଟ କରାଯାଇଥିଲା । ଏଥିରେ ୭ଜଣ ପଜିଟିଭ ଆସିଛନ୍ତି ।

ଏହି ଖେଳାଳିମାନଙ୍କୁ ଏକାନ୍ତବାସରେ ରଖାଯାଇଛି ବୋଲି ସିଏବି ସେକ୍ରେଟାରୀ ସ୍ନେହାଶୀଷ ଗାଙ୍ଗୁଲି କହିଛନ୍ତି । ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରୁ ଚିନ୍ତାର କାରଣ ସାଜିଛି ।

Leave A Reply

Your email address will not be published.