Latest Odisha News

ସାମ୍ନାକୁ ଆସିଲା ଫିଲ୍ମ ‘ଯୋଦ୍ଧା’ ର ଟିଜର୍, ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ସିଦ୍ଧାର୍ଥ ମଲୋହତ୍ରା

ମୁମ୍ବାଇ: ଦୀର୍ଘ ଦିନ ଧରି ଫ୍ୟାନ୍ସ ମାନେ ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଆଗାମୀ ଫିଲ୍ମ ‘ଯୋଦ୍ଧା’କୁ ଅପେକ୍ଷା କରି ରହିଛନ୍ତି । ଫିଲ୍ମର ନାଁ ରୁ ଏହା ସ୍ପଷ୍ଟ ହୋଇଛି ଯେ ଏଥିରେ ଦମଦାର ଆକ୍ସନ୍ ସିନ୍ ଦେଖିବାକୁ ମିଳିବ । ସେଥିପାଇଁ ଫ୍ୟାନ୍ସ ମାନେ ଏହି ଫିଲ୍ମର ରିଲିଜ୍ କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତିରେ ନିକଟରେ ଫିଲ୍ମର ନିର୍ମାତାମାନେ ଫିଲ୍ମର ଟିଜର ସେୟାର କରିଛନ୍ତି ଯାହା ଫ୍ୟାନ୍ସଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।

‘ଯୋଦ୍ଧା’ ର ଟିଜରରେ ସିଦ୍ଧାର୍ଥଙ୍କର ଦମଦାର ଆକ୍ସନ ଦେଖିବାକୁ ମିଳିଛି ଏବଂ ସେ ଏଥିରେ ଜବରଦସ୍ତ ଯୁଦ୍ଧ କରୁଥିବା ନଜର ଆସିଛନ୍ତି । ପ୍ଲେନର ହାଇଜେକ୍ ରୁ ହିଁ ଟିଜର ଆରମ୍ଭ ହୋଇଛି । ଯେଉଁଥିରେ ସିଦ୍ଧାର୍ଥ ମଲହୋତ୍ରା କମାଣ୍ଡୋ ଭାବରେ ଏକ ଡ୍ୟାସିଂ ଷ୍ଟାଇଲରେ ଏଣ୍ଟ୍ରୀ କରିଛନ୍ତି । ଗୋଟିଏ ପଟେ ‘ଯୋଦ୍ଧା’ ର ଟିଜରରେ ସିଦ୍ଧାର୍ଥ ମଲହୋତ୍ରା ଆତଙ୍କବାଦୀଙ୍କ ସହ ଜବରଦସ୍ତ ଫାଇଟ୍ କରୁଥିବା ନଜର ଆସିଛନ୍ତି ।

ଯେତେବେଳେ କି ଦିଶା ପଟାନି ଜଣେ ଏୟାର ହୋଷ୍ଟେସ୍ ଭୂମିକାରେ ନଜର ଆସିଛନ୍ତି । ତେବେ ଟିଜରରେ କେବଳ ତାଙ୍କ ଝଲକ ଦେଖିବାକୁ ମିଳିଛି । କିନ୍ତୁ ଅଭିନେତ୍ରୀଙ୍କ ଗୋଟିଏ ଝଲକ ଏତେ ଶକ୍ତିଶାଳୀ ଯେ ଅଭିନେତ୍ରୀଙ୍କ ଚରିତ୍ର ଜାଣିବା ପାଇଁ ଉତ୍ସାହ ବଢୁଛି । ଫିଲ୍ମର ଟିଜର ସୋସିଆଲ ମିଡିଆରେ ଆସିବା ମାତ୍ରେ ଏକ ଆଲୋଡ଼ନ ସୃଷ୍ଟି କରିଛି । ଫ୍ୟାନ୍ସ ମାନେ ‘ଯୋଦ୍ଧା’ ର ଟିଜରକୁ ବହୁତ ପସନ୍ଦ କରିଛନ୍ତି ।

ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ଯୋଦ୍ଧା’ର ଟିଜର ଦେଖିବା ପରେ ଏବେ ଫ୍ୟାନ୍ସମାନେ ଉତ୍ସାହର ସହିତ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି । ଫିଲ୍ମ ‘ଯୋଦ୍ଧା’ ୧୫ ମାର୍ଚ୍ଚ ୨୦୨୪ ରେ ବଡ ପରଦାରେ ରିଲିଜ ହେବାକୁ ଯାଉଛି । ସିଦ୍ଧାର୍ଥ ମଲହୋତ୍ରାଙ୍କ ବ୍ୟତୀତ ଏହି ଫିଲ୍ମରେ ଦିଶା ପଟାନି ଏବଂ ରାଶି ଖାନ୍ନା ମଧ୍ୟ ଅଭିନୟ କରିଛନ୍ତି ।

ଧର୍ମା ପ୍ରଡକ୍ସନ୍ସ ଫିଲ୍ମ ‘ଯୋଦ୍ଧା’ ୟଶ ଜୋହର, କରଣ ଜୋହର, ଅପୂର୍ବ ମେହେଟ୍ଟା ଏବଂ ଶଶାଙ୍କ ଖେତାନଙ୍କ ଦ୍ୱାରା ନିର୍ମିତ । ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଧର୍ମା ପ୍ରଡକ୍ସନ୍ସର ଯୋଦ୍ଧା ଫିଲ୍ମ ହେଉଛି ପ୍ରଥମ ଏରିୟଲ୍ ଆକ୍ସନ୍ ଫ୍ରାଞ୍ଚାଇଜ୍ ।

Leave A Reply

Your email address will not be published.