ମୁମ୍ବାଇ:ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ମୁମ୍ବାଇ ଛାଡିଛନ୍ତି । ତେବେ ସବ-ଅର୍ବାନ ଏରିଆରେ ଏବେ ବି ତାଙ୍କ ଅଫିସ ରହିଛି । ରିପୋର୍ଟ ମୁତାବକ ବର୍ମା ଏବେ ଗୋଆରେ ରହିବା ପାଇଁ ନିଷ୍ପତି ନେଇଛନ୍ତି । ମୁଁ ଏବେ ଯେଉଁ ପ୍ରୋଜେକ୍ଟ ପାଇଁ କାମ କରୁଛି ସେଥିପାଇଁ ଗୋଆ ଉପଯୁକ୍ତ ସ୍ଥାନ ।
କରୋନା ମହାମାରୀ ପରେ ଏବେ ଅନଲାଇନ ମିଟିଂ ଓ ଚ୍ୟାଟ୍ସରେ ସବୁ କିଛି କାର୍ଯ୍ୟ କରି ହେଉଛି । ଏଥିପାଇଁ ବ୍ୟକ୍ତିଗତ ଭାବେ ମିଳାମିଶା କରିବା ଆବଶ୍ୟକ ପଡୁ ନାହିଁ । ତଥାପି କାର୍ଯ୍ୟ ପଡିଲେ ମୁମ୍ବାଇ ଯିବା ଆସିବା କରିବି ବୋଲି ସେ କହିଛନ୍ତି । ଖୁବ୍ ଶୀଘ୍ର ତାଙ୍କର ହରର ଫିଲ୍ମ ୧୨ଓ କ୍ଲକ ରିଲିଜ ହେବାକୁ ଯାଉଛି । ଏହାର ସଫଳତା ନେଇ ସେ ବେଶ୍ ଆଶାୟୀ ଅଛନ୍ତି ।
Comments are closed.