Latest Odisha News

BREAKING NEWS

ନୂଆ ପ୍ରୋଜେକ୍ଟ ପାଇଁ ଏକାଠି ହେବେ ଦୁଇ ପ୍ରମୁଖ ଫିଲ୍ମ ନିର୍ମାତା

ମୁମ୍ବାଇ: ବଲିଉଡର ଦୁଇ ପ୍ରମୁଖ ଫିଲ୍ମ ନିର୍ମାତା ଅନୁଭବ ସିହ୍ନା ଓ ସୁଧୀର ମିଶ୍ର । ଦୁହେଁ ନିଜନିଜ କ୍ୟାରିଅରରେ କେତେ ସଫଳ, ତାହାର ପ୍ରମାଣ ବୋଧ ହୁଏ ଆବଶ୍ୟକ ନାହିଁ । ଶୁଣିବାକୁ ମିଳିଛି କିଛି ହଟ୍‌କେ କରିବାକୁ ଯାଇ ଦୁହେଁ କୁଆଡେ ଏକାଠି ହେବାକୁ ଯାଉଛନ୍ତି ।

ମିଳିଥିବା ରିପୋର୍ଟ ଅନୁଯାୟୀ ଅନୁଭବ ଓ ସୁଧୀର ଏକ ଥ୍ରିଲର୍ ଫିଲ୍ମ ପାଇଁ ଟିମ୍‌ଅପ୍ ହେବାକୁ ଯାଉଛନ୍ତି । ଅନୁଭବଙ୍କ ବ୍ୟାନର ତଳେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ ସୁଧୀର ମିଶ୍ରା । ଦୁହେଁ ବେଶ ଭଲ ବନ୍ଧୁ ହୋଇଥିବାବେଳେ ଶୁଣିବାକୁ ମିଳିଛି ଏହି ଥ୍ରିଲର୍ ଫିଲ୍ମରେ କମେଡିର ଛୁଙ୍କ ବି ଦେଖିବାକୁ ମିଳିବ ।

ଫିଲ୍ମ ପାଇଁ ବେଶ କିଛି ଏ ଗ୍ରେଡ୍ କଳକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ହେଲେ ଷ୍ଟାରକାଷ୍ଟ ତାଲିକା ଏ ଯାଏଁ ଚୟନ ହୋଇନାହିଁ । ତେବେ ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ ଥିଲାବେଳେ ସୁଟିଂ ଲୋକେସନ ଓ ବଜେଟ୍ ମଧ୍ୟ ସ୍ଥିର ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.