Latest Odisha News

BREAKING NEWS

ଓଡିଶାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣରେ ୭୩.୭୬% ମତଦାନ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର : ଓଡିଶାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଚୂଡାନ୍ତ ମତଦାନ ୭୩.୭୬% ରହିଥିଲା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ଶୁକ୍ରବାର ଦିନ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, କେତେକ ପୋଲିଂ ବୁଥରେ ମଧ୍ୟରାତ୍ର ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିବା ଯୋଗୁଁ ଚୂଡାନ୍ତ ଭୋଟ୍ ହାର ହିସାବ କରିବାରେ ବିଳମ୍ବ ହୋଇଥିଲା । “ଏହି ପର୍ଯ୍ୟାୟରେ ସମସ୍ତ ପୋଲିଂ ବୁତରୁ ଚୂଡାନ୍ତ ରିପୋର୍ଟ ଆସିବା ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ଭୋଟ୍ ହାର ୭୩.୭୬%” ବୋଲି ସୁରେନ୍ଦ୍ର କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି, ପୁରୁଷଙ୍କ ଭୋଟରଙ୍କ ତୁଳନାରେ ଅଧିକ ମହିଳା ଭୋଟର୍ ମତଦାନ କରିଛନ୍ତି । ପୁରୁଷ ଭୋଟର୍ ୭୩.୦୯% ମତସାବ୍ୟସ୍ତ କରିଥିବା ବେଳେ ୭୪.୪୩% ମହିଳା ଭୋଟର୍ ଭୋଟ ଦେଇଛନ୍ତି ।

ତେବେ ୪ଟି ଲୋକସଭା ନିର୍ବାଚନମଣ୍ଡଳୀର ମତହାର ସମ୍ପର୍କରେ ସିଇଓ କହିଛନ୍ତି, କଳାହାଣ୍ଡିରେ ୭୫.୮୨%, ନବରଙ୍ଗପୁରରେ ୭୮.୮୯%, ବ୍ରହ୍ମପୁରରେ ୬୫.୫୭% ଏବଂ କୋରାପୁଟରେ ୭୪.୭୪% ଭୋଟଗ୍ରହଣ ହୋଇଛି ।

ସେହିପରି ବୁଥୱାରୀ ମତଦାନ ହାରର ସୂଚନା ଦେବାକୁ ଯାଇ ସେ କହିଛନ୍ତି, କୋଟପାଡରେ ୮୬.୮୩% ଭୋଟ୍ ଗ୍ରହଣ ହୋଇଥିବାବେଳେ ବ୍ରହ୍ମପୁରର ୧୩୩ ନଂ ବୁଥରେ ସବୁଠାରୁ କମ୍ ମତଦାନ ହୋଇଛି ।

ସେ ଆହୁରି ମଧ୍ୟ କହିଛନ୍ତି, ମାଲକାନଗିରି ଓ ବ୍ରହ୍ମପୁରର ୨ଟି ବୁଥରେ ପୁନର୍ବାର ଭୋଟ ଗ୍ରହଣ ହେବ ।

Leave A Reply

Your email address will not be published.