Latest Odisha News

BREAKING NEWS

କେନ୍ଦୁଝର ର‌୍ୟାଲିରେ ବିଜେଡ଼ି ସରକାରକୁ ସମାଲୋଚନା କଲେ ଅମିତ ଶାହ

କେନ୍ଦୁଝର: ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ୨ୟ ପର୍ଯ୍ୟାୟ ନିର୍ବାଚନ ଲାଗି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଅମିତ ଶାହ ଦୁର୍ନୀତି, ବିରୋଜଗାରୀ ତଥା ଡ଼ାକ୍ତରଖାନାମାନଙ୍କରେ ଡ଼ାକ୍ତର ନଥିବାକୁ ନେଇ କେନ୍ଦୁଝରଠାରେ ବିଜେପି ପକ୍ଷରୁ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ଓଡ଼ିଶାର ଶାସକ ବିଜେଡ଼ି ସରକାରକୁ ସମାଲୋଚନା କରିଛନ୍ତି ।

ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବା ଅବସରରେ ଅଭିଯୋଗ କରି ଅମିତ କହିଛନ୍ତି, ଖଣି ଦୁର୍ନୀତି ତଥା ଚିଟଫଣ୍ଡ ଦୁର୍ନୀତିରେ ଲିପ୍ତ ବାବୁମାନଙ୍କ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ।

ମୁଁ ପଚାରିବାକୁ ଚାହୁଁଛି, ଚିଟଫଣ୍ଡ ସ୍କାମରେ ଜନସାଧାରଣଙ୍କ ସଞ୍ଚିତ ଟଙ୍କାକୁ ଯେଉଁମାନେ ଲୁଟ୍ କରିଛନ୍ତି ସେମାନଙ୍କୁ କେଉଁ ପ୍ରକାର ଦଣ୍ଡ ଦେଇଛନ୍ତି ବିଜେଡ଼ି ସରକାର,” ବୋଲି ଏହି ସଭାରେ ଉଦବୋଧନ ଦେଇ କହିଛନ୍ତି ଅମିତ ଶାହ ।

ସେ ମଧ୍ୟ ଯୁବକମାନେ କାମଧନ୍ଧା ଲାଗି ଚାକିରି ଅନ୍ୱେଷଣରେ ବାହାର ରାଜ୍ୟକୁ ଚାଲିଯାଉଥିବା ସମ୍ପର୍କରେ କହିଛନ୍ତି, ଏନେଇ ବିଜେଡ଼ି ସରକାର କୌଣସି ପଦକ୍ଷେପ ନେଇନାହାନ୍ତି ।

ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ କହିଛନ୍ତି, ବିଜେପି କ୍ଷମତାକୁ ଆସିଲେ ଇସ୍ତାହାରରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତିକୁ ପାଳନ କରିବ । ଓଡ଼ିଶାର ୧୪ଟି ଜିଲ୍ଲାରେ ମେଡ଼ିକାଲ୍ କଲେଜ ପ୍ରତିଷ୍ଠା କରାଯିବା ସହିତ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଆଦିବାସୀମାନଙ୍କୁ ପଟ୍ଟା ପ୍ରଦାନ କରାଯିବ ।

ଅମିତ ଶାହ ଓଡ଼ିଶାରେ ବିଜେଡ଼ିର ୧୯ ବର୍ଷର ଶାସନକୁ ସମାଲୋଚନା କରିଛନ୍ତି । ଓଡ଼ିଶାର ଦ୍ରୁତ ବିକାଶରେ ଅବହେଳାକୁ ବିଜେଡ଼ି ସରକାରକୁ ଦାୟୀ କରିଛନ୍ତି ଅମିତ । ଭୂମି ଥାଉ କି ନଥାଉ କୃଷକ ହୋଇଥିଲେ ପ୍ରଧାନମନ୍ତ୍ରୀ କିସାନ ଯୋଜନାନୁଯାୟୀ ୬୦୦୦ ଟଙ୍କା ଚାଷୀମାନେ ପାଇବେ ବୋଲି କହିଛନ୍ତି ଅମିତ ।

Leave A Reply

Your email address will not be published.