Latest Odisha News

ବର୍ଷା ପାଇଁ ସିରିଜ ରହିଲା ଡ୍ର : ଭୁବନେଶ୍ବର ମ୍ୟାନ ଅଫ୍ ଦ ସିରିଜ୍

ବାଙ୍ଗାଲୋର: ବର୍ଷା ପାଇଁ ଟି 20 ସିରିଜ ଡ୍ର ହୋଇଛି । ଆଜି  ବାଙ୍ଗାଲୋର ଚିନ୍ନାସ୍ବାମୀ ଷ୍ଟାଡିୟମରେ 7ଟା 50ରେ ଖେଳ ଆରମ୍ଭ ହୋଇଥିଲା । ପଡିଆରେ ପାଣି ଜମିଥିବାରୁ ଖେଳ ବିଳମ୍ଭରେ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଦକ୍ଷିଣ ଆଫ୍ରିକା ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଭାରତ 3.3 ଓଭରରେ ଦୁଇ ଓ୍ବିକେଟ ହରାଇ 28 ରନ କରିଥିବା ବେଳେ ପୁଣି ବର୍ଷା ହୋଇଥିଲା। ତେଣୁ ଖେଳ ଆଉ ହୋଇପାରିନଥିଲା ।   ଶୃଙ୍ଖଳା ଏବେ ୨-୨ ସ୍ଥିତିରେ ଦୁଇ କ୍ୟାପ୍ଟେନ ଟ୍ରଫି ଗ୍ରହଣ କରିଥିଲେ ।

ବର୍ଷା ହେବା ପୂର୍ବରୁ ମ୍ୟାଚ୍‌ରେ କେବଳ 3.3 ଓଭର ବଲ୍ ପଡି ପାରିଥିଲା। ଏହା ପରେ ବର୍ଷା ଲାଗି ରହିଥିଲା। ଭାରତୀୟ ଦଳ ଦୁଇ ଓ୍ଵିକେଟ୍ ହରାଇ 28 ରନ କରିଥିଲା। ଇଶାନ କିଷନ(15) ଏବଂ ଋତୁରାଜ ଗାଏକଓ୍ଵାଡ(10)  ରନ କରି ଆଉଟ୍ ହୋଇଥିଲେ। ଶ୍ରେସୟ ଆୟର(0) ଏବଂ ଅଧିନାୟକ ଋଷଭ ପନ୍ତ(1) ରନ କରି  ଅପରାଜିତ ଥିବାବେଳେ ପୁଣି ବର୍ଷା ହୋଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଙ୍ଗିଡି 6 ରନ ଦେଇ 2ଟି ସଫଳତା ପାଇଥିଲେ।

ଆହତ ତେମ୍ବା ବାଭୁମା ଆଜିର ମ୍ୟାଚ୍ ଖେଳି ନଥିଲେ ତାଙ୍କ ସ୍ଥାନରେ କେଶବ ମହାରାଜ ଦକ୍ଷିଣ ଆଫ୍ରିକାର ନେତୃତ୍ଵ ନେଇଥିଲେ। ସିରିଜରେ ଭଲ ଖେଳିଥିବାରୁ ଭୁବନେଶ୍ବର କୁମାର ମ୍ୟାନ ଅଫ ଦି ସିରିଜ ପୁରସ୍କାର ପାଇଥିଲେ ।

 

Comments are closed.