Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

  •  ୧. ଅଳ୍ପକେ ବର୍ତ୍ତିଲେ ଯାତ୍ରୀ l ମଝି ଆକାଶରେ ଲାଗିଲା ବିମାନରେ ନିଆଁ l ୧୮୫ ଯାତ୍ରୀଙ୍କୁ ନେଇ ପାଟନାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ସ୍ପାଇସଜେଟର ଏକ ବିମାନରେ କୌଣସି କାରଣବଶତଃ ଗୋଟିଏ ପଟେ ନିଆଁ ଲାଗି ଯାଇଥିଲା।ଫଳରେ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଥିଲା l ତେବେ ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । କେଉଁ କାରଣ ପାଇଁ ବିମାନରେ ନିଆଁ ଲାଗିଲା, ତାହାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
  • ୨. ଅଗ୍ନିପଥ ନିଯୁକ୍ତି ଯୋଜନାରେ ବେତନ, ୟୁିନଫର୍ମ ଓ ଛୁଟିର ବିସ୍ତୃତ ଏବଂ ସବିଶେଷ ତଥ୍ୟ ଜାରି ହୋଇଛି । ମିଳିବ କୋଟିଏ ଟଙ୍କାର ସୁବିଧା, ଚାକିରୀରେ ପ୍ରାଣ ହରାଇଲେ ପରିବାରକୁ ମିଳିବ ୧କୋଟି । ସେନା ବାହିନୀ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତ୍ତିରେ ଏହା କୁହାଯାଇଛି l ସେପଟେ ଅଗ୍ନିବୀର ବିରୋଧୀ ହିଂସାରେ ସାମିଲ ହେଲେ ସେନାରେ ଏଣ୍ଟ୍ରି ମିଳିବ ନାହିଁ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ ଆନ୍ଦୋଳନକାରୀଂକୁ ଚେତାଇ ଦିଆଯାଇଛି l
  • ୩. ଉଦ୍‌ଘାଟନ ହେଲା ୬ ଲେନ୍‌ ବିଶିଷ୍ଟ ଟନେଲ । ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଇଣ୍ଟିଗ୍ରେଟେଡ୍ ଟ୍ରାଞ୍ଜିଟ୍ କରିଡର ପ୍ରକଳ୍ପର ମୁଖ୍ୟ ଟନେଲ୍ ସମେତ ୫ଟି ଅଣ୍ଡରପାସ୍ ଉଦ୍‌ଘାଟନ କରିଛନ୍ତି । ଏହି ଟନେଲଟି ୯୨୦କୋଟି ବ୍ୟୟରେ ନିର୍ମାଣ ହୋଇଛି । ଏହାଦ୍ବାରା ଦିଲ୍ଲୀବାସୀଙ୍କୁ ଟ୍ରାଫିକ ଭିଡରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି ।
  • ୪. ପାରିବାରିକ ବିବାଦ ପରେ ବର୍ଷାଙ୍କ ବିରୋଧରେ ଇଡିର ଦ୍ୱାରସ୍ଥ ହୋଇଛନ୍ତି ଅନୁଭବ ମହାନ୍ତି । କୋର୍ଟ, ଥାନା ପରେ ଇଡିରେ ଅନୁଭବ ଫେରାଦ ହେବା ପରେ ବର୍ଷାଙ୍କ ଲାଗି ବଢ଼ିବାରେ ଲାଗିଛି ଅଡ଼ୁଆ । ବର୍ଷା ନିଜର ଏକାଧିକ ପରିଚୟପତ୍ରରେ ନାଁର ସ୍ପେଲିଂକୁ ନେଇ ବିବାଦ ଘେରକୁ ଆସିଥିବା ବେଳେ, ଇଡି କଣ ପଦକ୍ଷେପ ନେବ ତା’କୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।
  • ୫. ଭୁବନେଶ୍ୱର ମଞ୍ଚେଶ୍ୱର ମୁଣ୍ଡା ସାହିରେ ନାବାଳିକାକୁ ନେଇ ଟଣାଓଟରା ପରିସ୍ଥିତି । ପାଳିତା ମାଆ ଓ ଜନ୍ମ କଲା ମାଆ ମଧ୍ୟରେ ଟଣାଟଣି। ତେବେ ପୁଲିସ୍ ଓ ଚାଇଲ୍ଡ ଲାଇନ୍ ପକ୍ଷରୁ ନାବାଳିକା ଜଣଂକୁ ଉଦ୍ଧାର କରାଯାଇଛି । ଥାନାକୁ ଆଣି ପଚରାଉଚୁରା କରି ସମାଧାନ ଉଦ୍ୟମ କରାଯାଉଥିବା ଖବର ରହିଛି ।
  • ୬. ୪ ଦିନ ଧରି ସମ୍ବଲପୁର ସାପଲହରା ପୋଖରୀରେ ଫସିଥିବା ହାତୀଟି ଶେଷରେ ଉଦ୍ଧାର ହୋଇଛି । ବିଶେଷଜ୍ଞ ଟିମର ଉଦ୍ୟମ କ୍ରମେ ହାତୀଟିକୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ଓୟୁଏଟିର ଜଣେ ପ୍ରଫେସରଙ୍କ ନେତୃତ୍ୱରେ ଚିକିତ୍ସା ଚାଲିଛି । ରକ୍ତ ନମୁନା ସଂଗ୍ରହ ହେଲା । ଏଥିରେ ସହଯୋଗ କରୁଛି ସାତକୋଶିଆ ଟିମ୍।
  • ୭. ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ। ଶ୍ରୀଅଙ୍ଗ ସୁରକ୍ଷାରେ ଲାଗିଛନ୍ତି ଦଇତାପତି। ଆଜି ପଞ୍ଚମୀରେ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ। ସେପଟେ ଅଲାରନାଥ ଦର୍ଶନ ପାଇଁ ବ୍ରହ୍ମଗିରିରେ ଲାଗିଛି ଗହଳିଚହଳି ।
  • Alarnath Darshan Started From Today୮. ରାଜ୍ୟରେ ଜାରି ରହିଛି ପ୍ରାକ୍‌-ମୌସୁମୀ ବର୍ଷା l ୨ ଦିନରେ ଆଉ କିଛି ଅଞ୍ଚଳ ଛୁଇଁବ ମୌସୁମୀ l ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ୨୦ ତାରିଖ, ସୋମବାର ମଧ୍ୟାହ୍ନ ସୁଦ୍ଧା ଓଡିଶାର ପ୍ରାୟତଃ ସବୁ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି।ଏଥିପାଇଁ ସମସ୍ତ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
  • ୯. କରୋନାରେ ଗତ ୨୪ ଘଣ୍ଟାରେ ଦେଶରେ ୧୨,୮୯୯ ଜଣ ଆକ୍ରାନ୍ତ ହୋଇଛନ୍ତି l ୧୫ଜଣଂକ ମୃତ୍ୟୁ ହୋଇଛି ।ଗତ ୨୪ ଘଣ୍ଟାରେ ହୋଇଥିବା ୧୫ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୪ ହଜାର ୮୫୫ରେ ପହଞ୍ଚିଛି ।
  • ୧୧. ପୁରୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି l ତିନି ରଥର କଳସ, ପାଖୁଡା , ଚନ୍ଦ୍ରଶାଳୀ କାର୍ଯ୍ୟ ଚାଲିଚି। ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ ପାଇଁ ଯେଉଁ କାର୍ଯ୍ୟ ଆବଶ୍ୟକ ତାହା ଚାଲୁ ରହିଛି । ତିନିରଥର ପୋଟଳ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
  • ୧୨. ଆସାମରେ ଅଣାୟତ୍ତ ବନ୍ୟା ପରିସ୍ଥିତି। ସଦ୍ୟ ସୂଚନା ମୁତାବକ, ୨୮ ଜିଲ୍ଲାରେ ୩୦ ଲକ୍ଷ ଲୋକ ପାଣି ଘେରରେ ଫସି ରହିଛନ୍ତି । ବାୟୁସେନା, ଏନ୍‌ଡିଆର୍‌ଏଫ, ରାଜ୍ୟ ସରକାରଙ୍କ ସହାୟତାରେ ଦେଢ଼ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ।
  • ୧୩. ଶ୍ରୀଲଙ୍କାରେ ଇନ୍ଧନ ସଙ୍କଟ ବଢିବାରେ ଲାଗିଛି l ଫଳରେ ସେଠାରେ ଆସନ୍ତା ସପ୍ତାହରୁ ସରକାରୀ ଅଫିସ୍ ଓ ସ୍କୁଲକୁ ବନ୍ଦ କରିଯିବ ବୋଲି ଘୋଷଣା ହୋଇଛି । ସୋମବାର ଠାରୁ ଏକ ସପ୍ତାହ ପାଇଁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି । କଲୋମ୍ବୋ ସହରର ସବୁ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଆସନ୍ତା ସପ୍ତାହରୁ ଅନଲାଇନ କ୍ଲାସ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀଲଙ୍କାର ଶିକ୍ଷା ମନ୍ତ୍ରାଳୟ ।
  • ୧୪. ମୁମ୍ବାଇର ବ୍ରାଣ୍ଡ୍ ଭାଲ୍ୟୁ ସବୁଠୁ ବେଶୀ । ଦ୍ୱିତୀୟ ସ୍ଥାନରେ ସୁପର୍ କିଙ୍ଗସ l ଆଇପିଏଲରେ ମୋଟ୍‌ ୧୦ଟି ଦଳ  ଲୋକପ୍ରିୟତା ଅନୁସାରେ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗ୍‌ସ ପୂର୍ବଭଳି ଶୀର୍ଷରେ ରହିଛନ୍ତି । ଯେଉଁ ଦଳର ଲୋକପ୍ରିୟତା ଯେତିକି ଅଧିକ, ତା’ର ବ୍ରାଣ୍ଡ୍‌ ଭେଲ୍ୟୁ ମଧ୍ୟ ସେତିକି ବେଶୀ । ମୁମ୍ବାଇର ବ୍ରାଣ୍ଡ୍‌ ଭେଲ୍ୟୁ ଏବେ ରହିଛି ୯ ହଜାର ୯୬୨ କୋଟି । ଦ୍ୱିତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗ୍‌ସ l ଯାହାର ମୂଲ୍ୟ ୮ ହଜାର ୮୧୧ କୋଟି ଟଂକା ରହିଛି ।
  • ୧୫. ପାକିସ୍ତାନ ରେଷ୍ଟୁରାଣ୍ଟରେ ‘ଗଙ୍ଗୁବାଇ କାଠିଆୱାଡି’ର ସିନ୍‌ l ପାକିସ୍ତାନର ଏକ ରେଷ୍ଟୁରାଣ୍ଟରେ ବଲିଉଡ ଫିଲ୍ମର ଭିଡିଓ କ୍ଲିପକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଙ୍ଗୁବାଇ…

 

 

Leave A Reply

Your email address will not be published.