ନୂଆପଡ଼ା: ନୂଆପଡ଼ା ବିଧାନସଭାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କଲେ ଜିଲ୍ଲାପାଳ । ଆସନ୍ତା ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା ଉପ ନିର୍ବାଚନ । ସବୁ ରାଜନୈତିକ ଦଳ ଉପସ୍ଥିତିରେ ନୂଆପଡ଼ା ବିଧାନସଭାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି ।
ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ । ତାଙ୍କ ସୂଚନା ଅନୁଯାୟୀ, ଜିଲ୍ଲାରେ ସମୁଦାୟ ଭୋଟର ସଂଖ୍ୟା ୨ ଲକ୍ଷ ୫୩ ହଜାର ୬୨୪ ରହିଛି । ସେଥିମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୨୪ ହଜାର ୧୦୮ ଓ ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୫ ରହିଛି ।
ସେହିଭଳି ତୃତୀୟ ଲିଙ୍ଗ ଭୋଟର ୨୧ ଜଣ ରହିଛନ୍ତି । ବରିଷ୍ଠ ଭୋଟର ୧୭୮୬, ଯୁବ ଭୋଟର ୯୪୨୯ ଓ ଦିବ୍ୟାଙ୍ଗ ଭୋଟର ସଂଖ୍ୟା ୩୯୮୮ ରହିଛି ।
ନୂଆପଡ଼ା ମଇଦାନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଥିବାବେଳେ ଏବେ ବିଜେପି ଓ ବିଜେଡିର ପ୍ରାର୍ଥୀ ଘୋଷଣା ଉପରେ ରହିଛି ନଜର ।
Comments are closed.