Latest Odisha News

କୋଭିଡ କଟକଣା ଭିତରେ ଏବେ ହାଉସଫୁଲ୍ ହେବ ସିନେମା ହଲ୍

ନୂଆଦିଲ୍ଲୀ: ଭାରତରେ ସିନେମା ପ୍ରେମୀଙ୍କ ପାଇଁ ଖୁସି ଖବର। ଏବେ ହାଉସଫୁଲ୍ ହେବାକୁ ଯାଉଛି ସିନେମା ହଲ୍ ଓ ଥିଏଟର।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସୂଚନାନୁସାରେ ଫେବୃଆରୀ ୧ରୁ ସାରା ଦେଶରେ ୧୦୦ ପ୍ରତିଶତ କ୍ଷମତାରେ ସିନେମା ହଲ୍ ଗୁଡିକ ଖୋଲିବାକୁ ଅନୁମତି ମିଳିଛି। ଏନେଇ କେନ୍ଦ୍ର ନୂଆ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଛି।

ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି (ଏସଓପି)କୁ କଡାକଡି ଭାବେ ପାଳନ କରିବା ସହ ପ୍ରେକ୍ଷାଳୟ ଏବଂ ମଲ୍ଟିପ୍ଲେକ୍ସରେ ଦର୍ଶକଙ୍କ ବସିବା କ୍ଷମତାକୁ ବର୍ତ୍ତମାନ ୫୦ ପ୍ରତିଶତରୁ ୧୦୦ ପ୍ରତିଶତକୁ ବୃଦ୍ଧି କରାଯାଇଛି.

ସାମାଜିକ ଦୂରତା ଏବଂ ମାସ୍କ ବାଧ୍ୟତାମୂଳକ-

ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ, ଅଡିଟୋରିୟମ୍ ଏବଂ ସାଧାରଣ ଅଞ୍ଚଳରେ ଅତି କମରେ ୬ ଫୁଟ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ। ପ୍ରେକ୍ଷାଳୟରେ ପ୍ରବେଶ କରୁଥିବା ଦର୍ଶକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।

ସେହିପରି ସିନେମା ହଲରେ ପ୍ରବେଶ ଏବଂ ବାହାରକୁ ଆସୁଥିବା ଲୋକଙ୍କ ପାଇଁ ସାନିଟାଇଜରର ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଥିବା ବେଳେ ସିନେମା ହଲରେ ଛେପ ପକାଇବା ନିଷେଧ। ପ୍ରେକ୍ଷାଳୟକୁ ଆସୁଥିବା ଲୋକଙ୍କ ପାଇଁ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ରହିବା ବାଧ୍ୟତାମୂଳକ ବୋଲି ପ୍ରକାଶ କରାଯାଇଛି।

Leave A Reply

Your email address will not be published.