Latest Odisha News

BREAKING NEWS

ପୋଲିସ ଇନଫର୍ମର ସନ୍ଦେହରେ କନ୍ଧମାଳ ଜିଲ୍ଲାରୁ ଦୁଇ ଜଣଙ୍କୁ ଉଠାଇନେଲେ ମାଓବାଦୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପ୍ରତିଶୋଧ ପରାୟଣ ହୋଇଛି ଲାଲବାହିନୀ । ପୋଲିସ ଇନଫର୍ମର ସନ୍ଦେହରେ ଗତକାଲି ଦୁଇ ଜଣଙ୍କୁ ହତ୍ୟା କରିଥିବା ବେଳେ ଆଉ ଦୁଇ ଜଣଙ୍କୁ ଉଠାଇ ନେଇଛନ୍ତି । ବାଲିଗୁଡ଼ା ବ୍ଲକ ବେଲଘର ଥାନା ଅନ୍ତର୍ଗତ ଗୁମୁ ଗାଁରୁ ପୋଲିସ୍ ଇନଫର୍ମର ସନ୍ଦେହରେ ଦୁଇଜଣ ଯୁବକଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି ।

ଦୁଇ ଯୁବକ ହେଲେ ଗୁମୁ ଗାଁର ଗୋବିନ୍ଦ ମାଝୀ ଓ ଦେବେନ୍ଦ୍ର ମାଝୀ । ଏମାନଙ୍କ ମଧ୍ୟରୁ ଜଣଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ଛାଡ଼ି ଦେଇଛନ୍ତି । ଆଉ ଜଣଙ୍କର ଏଯାଏ କୌଣସି ପତ୍ତା ମିଳି ନାହିଁ । ଗତକାଲି ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଗୋଛାପଡ଼ା ଗାଁରେ ଦୁଇ ଜଣଙ୍କୁ ଘରୁ ଡାକି ନେଇ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲା ଲାଲବାହିନୀ ।

Leave A Reply

Your email address will not be published.