Latest Odisha News

BREAKING NEWS

ମାଲକାନଗିରି ମାଡକାପଦର ଜଙ୍ଗଲରେ ଏନକାଉଣ୍ଟର, ସୁରକ୍ଷାକର୍ମୀ ଗୁଳିରେ ଜଣେ ନକ୍ସଲ ନିହତ

ମାଲକାନଗିରି: ମାଡ଼କାପଦର ଅଞ୍ଚଳରେ ଏନକାଉଣ୍ଟରେ । ଏସଓଜି-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଛି । ମୁଦୁଲିପଡ଼ା ଥାନା ମାଡ଼କାପଦର ପଞ୍ଚାୟତ ନୁନ୍‌ଖାରିରେ ହୋଇଛି ଏହି ଗୁଳି ବିନମୟ । ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ ଏସଓଜି ଯବାନ କମ୍ବିଂ ଅପରେସନ୍ ଚଳାଇଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ପ୍ରଥମେ ଗୁଳି ଚଳାଇଥିଲେ ମାଓବାଦୀ ।

ପାଲଟା ଜବାବ ଦେଇଛନ୍ତି ସୁରକ୍ଷାକର୍ମୀ । ଉଭୟ ପକ୍ଷ ମଧ୍ୟରେ ଏବେ ବି ଗୁଳି ବିନିମୟ ଚାଲିଥିବା ସୂଚନା ମିଳିଛି । ଯବାନଙ୍କ ଜବାବୀ ହମଲାରେ ଜଣେ ନକ୍ସଲ ନିହତ ହୋଇଛି । ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଘଟଣାସ୍ଥଳରୁ ଜବତ ହୋଇଛି କିଥି ବିସ୍ଫୋରକ ସାମଗ୍ରୀ । ସେଠାରେ କେତେ ମାଓବାଦୀ ଥିଲେ ସେନେଇ ସ୍ପଷ୍ଟ ସୂଚାନ ମିଳି ପାରି ନାହିଁ । ଏବେ ଜଙ୍ଗଲରେ କମ୍ବିଂକୁ ଜୋରଦାର କରିଛନ୍ତି ସୁରକ୍ଷାକର୍ମୀ ।

Leave A Reply

Your email address will not be published.