Latest Odisha News

ଟଙ୍କା ପାଇଁ ରଚିଥିଲେ ମିଛ କିଡନାପର ନାଟକ: ସାମ୍ନାକୁ ଆସିଲା ଫାଇନାନ୍ସ କର୍ମଚାରୀଙ୍କ କିଡନାପ ରହସ୍ୟ

କେନ୍ଦ୍ରାପଡା: ଟଙ୍କା ପାଇଁ ମିଛ କିଡନାପର ନାଟକ ରଚିଥିଲେ ଫାଇନାନ୍ସ କର୍ମଚାରୀ ସ୍ଵାଗତ ସାମଲ । ସତ ଜଣାପଡିବା ପରେ ଫାଇନାନ୍ସ ଏଜେଣ୍ଟ ସ୍ଵାଗତ ସାମଲକୁ ଗିରଫ କଲା କେନ୍ଦ୍ରାପଡ଼ା ତନ୍ତିଆପାଳ ସାମୁଦ୍ରିକ ପୋଲିସ । ଗତ ବୁଧବାର ଫାଇନାନ୍ସ ଏଜେଣ୍ଟ ସ୍ଵାଗତ ସାମଲଙ୍କ ନିଖୋଜନେଇ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପୋଲିସ ସାଇଁଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାଡ ସହାୟତାରେ ଅଭିଯୁକ୍ତ ସ୍ବାଗତକୁ ନିଜ ଗାଁ ନିକଟରୁ ଉଦ୍ଧାର କରାଯାଇଥିଲା ।

ତଦନ୍ତରୁ ପୋଲିସ ଯାହା ଜାଣିବାକୁ ପାଇଥିଲା ତାହା ଶୁଣିଲେ ଆପଣ ମଧ୍ୟ ତାଜୁବ ହୋଇଯିବେ । ଫାଇନାନ୍ସ କମ୍ପାନୀରୁ ଟଙ୍କା ହଡପ କରିବା ନେଇ ନିଜେ ନିଜର ଅପହରଣ ନାଟକ ରଚିଥିଲେ ଅଭିଯୁକ୍ତ ସ୍ଵାଗତ । ଗତ ବୁଧବାରଦିନ ସଂଦ୍ଧ୍ୟା ସମୟରେ କଲେକ୍ସନ୍ ସାରି ଫେରୁଥିବା ବେଳେ ବାବର – ବଡିହି ରାସ୍ତାର ପୁର୍ତ ବିଭାଗ ଡାକବଙ୍ଗଳା ନିକଟରେ ବାଇକ,ବ୍ୟାଗ୍ ଓ ଚପଲ ଥୋଇ କେଉଁଆଡେ ଚାଲିଯାଇଥିଲେ ସ୍ବାଗତ । ଥାନାରେ ପରିବାର ପକ୍ଷରୁ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଶେଷରେ ପୋଲିସ ଅଭିଯୁକ୍ତ ସ୍ବାଗତକୁ ନିଜ ଗାଁ ନିକଟରୁ ଉଦ୍ଧାର କରିଥିଲା । ଉଦ୍ଧାର ବେଳେ ସ୍ଵାଗତ ପାଖରୁ ୧ଲକ୍ଷ ୨୫ହଜାର ଟଙ୍କା ଜବତ କରିଛି ପୋଲିସ । ତେବେ ହଡପ କରିଥିବା ବାକି ୫୫ହଜାର ଟଙ୍କା ସ୍ଵାଗତ ତାଙ୍କ ସମ୍ପର୍କୀୟଙ୍କ ଆକାଉଣ୍ଟରେ ରଖିଛନ୍ତି ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଏନେଇ ଥାନାରେ ୧୪୦/୨୩ରେ ମାମଲା ରୁଜୁ କରିଛି । ସବିଶେଷ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.