Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ୧୮୫ ନର୍ସ ଇସ୍ତଫା ଦେଲେ, କାରଣ ଅସ୍ପଷ୍ଟ

କଲିକତା: ପଶ୍ଚିମବଙ୍ଗ ସରକାରକୁ ଶନିବାର କରୋନା ଲଢ଼େଇରେ ଶକ୍ତ ଧକ୍କା ଲାଗିଛି । ଅନ୍ୟ ରାଜ୍ୟରୁ ଚାକିରୀ କରୁଥିବା ୧୮୫ ନର୍ସ ଇସ୍ତଫା ପ୍ରଦାନ କରିଛନ୍ତି । ଅଧିକାଂଶ ନର୍ସ ମଣିପୁରର ବୋଲି ଜଣାପଡିଛି । ରିପୋର୍ଟ ମୁତାବକ ପୂର୍ବାଂଚଳର ଆଉ କେତେକ ରାଜ୍ୟରୁ ମଧ୍ୟ ନର୍ସମାନେ ଇସ୍ତଫା ଦେବା କଥା ଚିନ୍ତା କରୁଛନ୍ତି । ଇସ୍ତଫାର କାରଣ ଅସ୍ପଷ୍ଟ ରହିଛି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମତଭେଦ କାରଣରୁ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟ ଏକ ରିପୋର୍ଟ ମୁତାବକ ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ସଚିବ ବିବେକ କୁମାରଙ୍କୁ ରାଜ୍ୟ ସରକାର ପଦରୁ ହଟାଇ ଅନ୍ୟ ଏକ ବିଭାଗର ଦାୟିତ୍ୱ ପ୍ରଦାନ କରିବା ପରେ ବିବାଦ ଉପୁଜିଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନକୁ ପଶ୍ଚିମବଙ୍ଗ ସରକାର ମାନୁ ନ ଥିବାରୁ କରୋନା ନେଇ ସଠିକ ତଥ୍ୟ ମଧ୍ୟ ଉପସ୍ଥାପିତ ହୋଇପାରୁ ନାହିଁ ।୧

Leave A Reply

Your email address will not be published.