Latest Odisha News

ଚଟ୍‌ପଟା ମକା ଚାଟ୍‌

ଘରେ ବନାନ୍ତୁ ଚଟପଟା ମକ୍କା ଚାଟ। ଜାଣି ରଖନ୍ତୁ ଏହାକୁ ତିଆରି କରିବାର ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ:

ମିଠା ମକା, ତେଲ, କର୍ଣ୍ଣଫ୍ଲୋର, ଲେମ୍ବୁ, ଧନିଆ ପତ୍ର, କଞ୍ଚା ଲଙ୍କା, ଲୁଣ, ଚାଟ୍‌ ମସଲା, ଲଙ୍କା ଗୁଣ୍ଡ,ଜିରା ପାଉଡ଼ର ଓ ଗୋଲମରିଚ ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଅଳ୍ପ ପାଣିରେ ଲୁଣ ପକାଇ ମକାକୁ ସିଝାଇ ଏହାକୁ ଛାଣି ରଖନ୍ତୁ। ମକା ଥଣ୍ଡା ହୋଇଗଲା ପରେ ସେଥିରେ କର୍ଣ୍ଣଫ୍ଲୋର, ଚାଟ୍‌ ମସଲା, ଲଙ୍କା ଗୁଣ୍ଡ, ଜିରା ପାଉଡ଼ର, ଗୋଲମରିଚ ଗୁଣ୍ଡ ଓ ସ୍ବାଦ ଅନୁସାରେ ଲୁଣ ପକାଇ ଭଲଭାବରେ ମିଶାଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ତେଲ ଗରମ କରି ମସଲା ମିଶା ଯାଇଥିବା ମକାକୁ ଡିପ୍‌ ଫ୍ରାଏ କରନ୍ତୁ।

ଛାଣି ସାରିଲା ପରେ ଏହାକୁ ଏକ ଟିସୁ ପେପରରେ ରଖନ୍ତୁ। ଫଳରେ ଟିସୁ ଜରିଆରେ ମକାରେ ଲାଗିଥିବା ଅତ୍ୟଧିକ ତେଲ ସବୁ ଶୋଷି ନେଇଥାଏ। ସେଥିରେ ଲେମ୍ବୁ ରସ, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଚାଟ୍‌ ମସଲା, କଞ୍ଚା ଲଙ୍କା, ଜିରା ପାଉଡ଼ର, ଧନିଆ ପତ୍ର ଓ ସ୍ବାଦ ଅନୁସାରେ ଲୁଣ ପକାଇ ମକା ଚାଟ୍‌ର ମଜା ନିଅନ୍ତୁ। ଯଦି ଏହି ଚାଟ୍‌କୁ ଆହୁରି ସ୍ବାଦିଷ୍ଟ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏଥିରେ କଟା ପିଆଜ ଓ ଟମାଟୋ ମଧ୍ୟ ପକାଇ ପାରିବେ।

Comments are closed.