Latest Odisha News

BREAKING NEWS

ବଂଶ ବିସ୍ତାର ପାଇଁ ମହାନଦୀ ଯିବେ ନନ୍ଦନକାନନର ଘଡ଼ିଆଳ କୁମ୍ଭୀର

ଭୁବନେଶ୍ୱର: ବନବିଭାଗ ସୋମବାର ଦିନ ନନ୍ଦନକାନନର ୫ଟି ମାଛ ଖାଉଥିବା ଘଡ଼ିଆଳ କୁମ୍ଭୀରଙ୍କୁ ସାତକୋଶିଆ, ଟିକରପଡା ଏବଂ ସୁନଖଣିଆ ଦେଇ ବହୁଥିବା ମହାନଦୀର ଉପରମୁଣ୍ଡାରେ ଛାଡିଛି ।

ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ବନ ସରଂକ୍ଷଣ ଅଧିକାରୀ (ପିସିସିଏଫ) ଅଜୟ ମହାପାତ୍ର କହିଛନ୍ତି ସମସ୍ତ ୫ଟି କୁମ୍ଭୀରଙ୍କ ବେକରେ ରେଡ଼ିଓ ଖଞ୍ଜା ଯାଇଛି, ଯାହା ଦ୍ୱାରା ସେମାନଙ୍କ ଗତିବିଧି ଉପରେ ବନବିଭାଗ ନଜର ରଖିପାରିବ । ଏଥିପାଇଁ ୩ଜଣ ଅଭିଜ୍ଞ ଗବେଷକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି ।

“ଯଦି କୁମ୍ଭୀର ଗୁଡିକ ଏହି ପରିବେଶ ସହ ନିଜକୁ ଖାପ ଖୋଇ ପାରିବେ ତେବେ ଆଗାମୀ ପର୍ଯ୍ୟାୟରେ ଆଉ ୩୦ଟି କୁମ୍ଭୀରଙ୍କୁ ଏଠାରେ ଛଡା ଯିବ” ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଘଡ଼ିଆଳ କୁମ୍ଭୀରଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବନବିଭାଗ ମାଛଖାଉଥିବା ଏହି କୁମ୍ଭୀରଙ୍କୁ ମହାନଦୀରେ ଛାଡି, ଏମାନଙ୍କ ସଂଖ୍ୟା ବୃଦ୍ଧି କରାଇବା ପାଇଁ ଲକ୍ଷ୍ୟ ରଖିଛି ।

Leave A Reply

Your email address will not be published.