Latest Odisha News

BREAKING NEWS

‘କ୍ରିମ୍ ଚିକେନ୍‌’

ଘରେ ପ୍ରସ୍ତୁତ କରନ୍ତୁ କ୍ରିମ ଚିକେନ୍ । ଜାଣନ୍ତୁ ଏହାକୁ ପ୍ରସ୍ତୁତ କଟିବାର ବିଧି

ସାମଗ୍ରୀ: ଚିକେନ୍, ଡାଲଚିନି, ଲବଙ୍ଗ, ଅଳେଇଚ, ଗୋଲମରିଚ, ଅଦା ରସୁଣ ପେଷ୍ଟ, ଧନିଆ ପାଉଡର୍‌, ଜୀରା ଗୁଣ୍ଡ, କସ୍ତୁରୀ ମେଥି, ଧନିଆ ପତ୍ର, କାଜୁ ପେଷ୍ଟ, କ୍ରିମ୍‌, ପାଣି ଓ ସ୍ୱାଦ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସମସ୍ତ ମସଲା ସାମଗ୍ରୀକୁ ପକାଇ ପରେ ଚିକେନ୍‌କୁ ମିଶାଇ ପାଣିରେ ଫୁଟାନ୍ତୁ। ଚିକେନ୍ ଫୁଟିଯିବା ପରେ ଏହାକୁ ଓହ୍ଲାଇ ଦିଅନ୍ତୁ। ଏବେ ଗୋଲମରିଚ, ଅଳେଇଚ, ଲବଙ୍ଗ ଓ ଡାଲଚିନିକୁ ଗୁଣ୍ଡ କରନ୍ତୁ। ଗ୍ୟାସ୍‌ ଚୂଲାରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ଏଥିରେ ଅଦା-ରସୁଣ ପେଷ୍ଟ, ଧନିଆ, ଜୀରା ଓ ଲୁଣ ଦେଇ ହାଲ୍‌କା ଘାଣ୍ଟନ୍ତୁ। କିଛି ସମୟ ଘାଣ୍ଟିବା ପରେ ସେଥିରେ କସ୍ତୁରୀ ମେଥି ଓ ଅଳ୍ପ ପାଣି ଦେଇ ଆଉ କିଛି ସମୟ ଛାଡ଼ି ଦିଅନ୍ତୁ। ଏହାପରେ କଟା ହୋଇଥିବା ଧନିଆ ପତ୍ର ଓ କାଜୁ ପେଷ୍ଟ୍‌ ପକାନ୍ତୁ। ଏବେ ପାଣିରେ ଗରମ ହୋଇଥିବା ଚିକେନ୍‌କୁ ଆଣି ଏହି ମିଶ୍ରଣରେ ପକାନ୍ତୁ। ସେଥିରେ ଗରମ ମସଲା ଓ କ୍ରିମ୍‌ ପକାଇ ଭଲ ଭାବେ ଘାଣ୍ଟି ଦିଅନ୍ତୁ। ଏବେ ହାଲ୍‌କା ଆଞ୍ଚରେ ୨୦ ମିନିଟ୍ ପର୍ଯ୍ୟନ୍ତ ଏହାକୁ ସିଝିବାକୁ ଦିଅନ୍ତୁ।ଚିକେନ୍ ସିଝି ଯିବା ପରେ ଗୋଲମରିଚ ଓ ଅଳେଇଚ ଗୁଣ୍ଡ ଏଥିରେ ମିଶାଇ ପରଷନ୍ତୁ ଟେଷ୍ଟି ‘କ୍ରିମ୍ ଚିକେନ୍‌’।

Leave A Reply

Your email address will not be published.