Latest Odisha News

କାହିଁକି ପାଳନ କରାଯାଏ ସେନା ଦିବସ, କାରଣ ଜାଣିଲେ ଗର୍ବରେ ଫୁଲିଯିବ ଛାତି !

ଭୁବନେଶ୍ୱର: ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ପାଳନ କରାଯାଏ ଭାରତୀୟ ସେନା ଦିବସ ।

ସେନା ଦିବସ। ଭାରତୀୟ ସେନାର ସମ୍ମାନରେ ଉତ୍ସର୍ଗୀକୃତ ଦିନଟିଏ।

ଭାରତୀୟ ସେନାର ଅଦମ୍ୟ ସାହସ ସାହସ ଓ ଦେଶମାତୃକା ପାଇଁ ତାଙ୍କ ଉତ୍ସର୍ଗୀକୃତ ମନୋଭାବ ନିଶ୍ଚିତ ଭାବେ ସାଧାରଣ ଲୋକଟିଏ ମନରେ ପ୍ରେରଣା ଓ ସେନା ପାଇଁ ସମ୍ମାନ ଯୋଗାଇଥାଏ।

ସେନାର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଦେଶବାସୀ ଶାନ୍ତିରେ ରହିଥା’ନ୍ତି। ସୀମାରେ ଦେଶକୁ ସୁରକ୍ଷା ଦେବା ସହ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମଧ୍ୟ ଏମାନଙ୍କ ଅବଦାନ ନିଶ୍ଚିତ ପକ୍ଷେ ଅତୁଳନୀୟ ।

୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍‌ ଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ। ସେବେଠାରୁ ଏହି ଦିନଟିକୁ ଆମର ବୀର ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି।

କରିଅପ୍ପା ୧୯୪୭ ମସିହାରେ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧରେ ଅଦମ୍ୟ ସାହସ ଓ ଦମଦାର ନେତୃତ୍ୱର ପରିଚୟ ଦେଇଥିଲେ । ପାକିସ୍ତାନର ଯୁଦ୍ଧ ସମୟରେ ତାଙ୍କୁ ପଶ୍ଚିମ କମାନର ଜି-ଓ-ସି-ଇନ୍-ସି ଦାୟିତ୍ୱ ଦିଆଯାଇଥିଲା । ତାଙ୍କ ନେତୃତ୍ୱରେ ଭାରତ ଜୋଜିଲା, ଦ୍ରାସ ଓ କାରଗିଲରେ ପାକିସ୍ତାନୀ ସେନାଙ୍କୁ ହରାଇଥିଲା ।

ଫିଲ୍ଡ ମାର୍ଶଲ କରିଅପ୍ପା ନିଜ ସେବା ସମୟରେ ଅନେକ କାରନାମା କରିଥିଲେ କିନ୍ତୁ ଭାରତୀୟ ସେନାରୁ ବର୍ଷ ୧୯୫୩ରେ ଅବସର ନେଇଥିଲେ ।

ଏହି ବୀରଙ୍କ ଦେଶପ୍ରେମର ଗାଥା ଶୁଣିଲେ ତାଙ୍କ ସମ୍ମାନରେ ମୁଣ୍ଡ ନଇଁ ଆସିବା ସହ ଗର୍ବ ଛାତି ଫୁଲି ଉଠିବ ।

୧୯୬୫ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ କରିଅପ୍ପା ଅବସର ନେଇ କର୍ଣ୍ଣାଟକରେ ବସବାସ କରୁଥିଲେ । ସେହି ସମୟରେ କରିଅପ୍ପାଙ୍କ ପୁଅ ଭାରତୀୟ ବାୟୁସେନାରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟରତ ଥିଲେ ।

ଯୁଦ୍ଧ ସମୟରେ ତାଙ୍କ ବିମାନ ପାକିସ୍ତାନ ସୀମାରେ ପ୍ରବେଶ କରିଯାଇଥିଲା, ଯାହାକୁ ପାକ୍ ସୈନିକମାନେ ତଳେ ପକାଇଦେଇଥିଲେ । କରିଅପ୍ପାଙ୍କ ପୁଅ ବିମାନରୁ ଡେଇଁ ନିଜର ଜୀବନ ତ ବଞ୍ଚାଇ ଦେଲେ କିନ୍ତୁ ସେ ପାକ୍ ସେନା ହାତରେ ଧରାପଡିଲେ ।

୧୯୬୫ ଯୁଦ୍ଧ ସମୟରେ ପାକ୍ ରାଷ୍ଟ୍ରପତି ଥିଲେ ଅୟୁବ ଖାନ । ଆୟୁବ ଖାନ ଏକଦା କରିଅପ୍ପାଙ୍କ ଜୁନିୟର ଥିଲେ । ଏହାସହ ବିଭାଜନ ପୂର୍ବରୁ ସେ ଭାରତୀୟ ସେନାରେ ଚାକିରୀ ମଧ୍ୟ କରିସାରିଥିଲେ ।

ସେ ଯେମିତି ଜାଣିଲେ କି କରିଅପ୍ପାଙ୍କ ପୁଅ ପାକ୍ ସେନା ହାତରେ ଧରାପଡିଛନ୍ତି, ତୁରନ୍ତ କରିଅପ୍ପାଙ୍କ ପାଖକୁ ଫୋନ କରି ତାଙ୍କ ପୁଅକୁ ଛାଡି ଦିଆଯିବ ବୋଲି କହିଲେ ।

ଦେଶପ୍ରେମୀ କରିଅପ୍ପା କିନ୍ତୁ ପୁଅ ମୋହ ତ୍ୟାଗ କରି କହିଥିଲେ କି, “ସେ କେବଳ ମୋର ପୁଅ ନୁହେଁ, ଭାରତ ମାତାର ସନ୍ତାନ ମଧ୍ୟ । ତାକୁ ଛାଡିବା ବଦଳରେ ସାଧାରଣ ଯୁଦ୍ଧବନ୍ଦୀଙ୍କ ଭଳି ବ୍ୟବହାର କରନ୍ତୁ । ଯଦି ଆପଣ ସମସ୍ତ ଯୁଦ୍ଧବନ୍ଦୀଙ୍କୁ ଛାଡି ଦେବେ ତେବେ ଠିକ ଅଛି ଅଥବା କାହାକୁ ବି ନୁହେଁ” । ଯୁଦ୍ଧ ଶେଷ ହେବା ପରେ ସେତେବେଳର ପାକ ରାଷ୍ଟ୍ରପତି ଆୟୁବ ଖାନ ସମସ୍ତ ଯୁଦ୍ଧବନ୍ଦୀଙ୍କୁ ଛାଡିଦେଇଥିଲେ ।

Comments are closed.