Latest Odisha News

BREAKING NEWS

ଜାଣନ୍ତୁ, ଏହି ବିଧାୟକଙ୍କ ଉପରେ ମୁଖ୍ୟମନ୍ତ୍ରୀ କାହିଁକି ଏତେ ଖୁସି

ଭୁବନେଶ୍ୱର : ନିଜ ନିର୍ବାଚନମଣ୍ଡଳୀରେ ଗ୍ରାମୀଣ ଲୋକଙ୍କ କଥା ବୁଝିବା ପାଇଁ ଘଞ୍ଚ ଜଙ୍ଗଲ ପଥ ଦେଇ ଗାଁରେ ପହଞ୍ଚିଛନ୍ତି ବିଜେଡି ବିଧାୟକ ରଘୁନାଥ ଗମାଙ୍ଗୋ । ତାଙ୍କର ଏହି ବଳିଷ୍ଠ ତଥା ସ୍ୱଚ୍ଛ ନେତୃତ୍ୱ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଗତ ସପ୍ତାହରେ ଗୁଣୁପୁର ବିଧାୟକ ପାଖାପାଖି ୪କିମି. ଚାଲିଚାଲି ଯାଇ ରମଣଗୁଡା ବ୍ଲକ୍ ଅନ୍ତର୍ଗତ କୋଣ୍ଡାବାରିଡି ଗ୍ରାମରେ ପହଞ୍ଚିଥିଲେ । ପରବର୍ତ୍ତୀ ସମୟରେ ସେଠାରେ ଗ୍ରାମବାସୀଙ୍କ ଅଭିଯୋଗ ମଧ୍ୟ ଶୁଣୁଥିଲେ ।

ଶ୍ରୀଯୁକ୍ତ ଗମାଙ୍ଗୋ କାର୍ଯ୍ୟ ଲାଗି ତାଙ୍କୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ଦିନ ଏନେଇ ଟ୍ୱିଟ୍ କରାଯାଇଛି । “ପ୍ରଥମଥର ପାଇଁ ବିଧାନସଭା ଆସିଥିବା ଏହି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ଜନସାଧାରଣଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ କଠୋର ପରିଶ୍ରମ କରିବା ଦ୍ୱାରା ସେମାନଙ୍କର ସ୍ୱପ୍ନ ସାକାର ହୋଇପାରିବ” ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ଅନ୍ୟପକ୍ଷରେ ପ୍ରଥମ ଥର ବିଧାୟକ ହେବାପରେ ରଘୁନାଥ ଗମାଙ୍ଗୋ ଗାଁ ମଧ୍ୟକୁ ଯାଇଥିବା ନେଇ ସୂଚନା ମିଳିଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉକ୍ତ ଗ୍ରାମକୁ ଯାତାୟାତ କରିବା ପାଇଁ ଏକ ରାସ୍ତା ନିର୍ମାଣ ଲାଗି ବିଧାୟକ ଆଶ୍ୱାସନା ଦେଇଛନ୍ତି ।

ପୂର୍ବରୁ ନବନିର୍ବାଚିତ ବିଧାୟକମାନଙ୍କୁ ଉଦବୋଧନ ଦେବା ସମୟରେ ନବୀନ ସେମାନଙ୍କୁ ପରାମର୍ଶ ଦେଇ କହିଥବଲେ, ରାଜନୀତିର ଉଦ୍ଧର୍୍ରେ ରହି ତୃଣମୂଳ ସ୍ତରରେ ସେବା କରିବା ଉଚିତ୍ ।

 

Leave A Reply

Your email address will not be published.