ନୂଆଦିଲ୍ଲୀ:ଗୋଟିଏ ପଟେ କରୋନାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସ୍ଥାନରେ ଲକ୍ଡାଉନ୍ ଏବଂ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛି। କେନ୍ଦ୍ର ତଥା ରାଜ୍ୟ ସରକାର ଲୋକଙ୍କୁ ଏହି ନିୟମ କଡାକଡି ପାଳନ କରିବାକୁ ସଚେତନ କରାଉଥିବା ବେଳେ ମୁମ୍ବାଇର ଜଣେ ମହିଳା ମାସ୍କ ନ ପିନ୍ଧି କୋଭିଡ ନିୟମ ଉଲ୍ଲଂଘନ କରିଛନ୍ତି।
ଏହି ଅଭିଯୋଗରେ ମହିଳାଙ୍କୁ ବିଏମସି ପକ୍ଷରୁ ଜୋରିମାନା ଲାଗୁ କରାଯାଇଛି। ତେବେ ମହିଳା ଜଣଙ୍କ ଜୋରମାନା ଦେବା ବଦଳରେ (ବିଏମସି) ର ଜଣେ ଅଧିକାରୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି। କାଣ୍ଡିଭାଲିରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।
ଭିଡିଓରେ ଜଣେ ମହିଳା ମାସ୍କ ବିନା ରିକ୍ସା ଯାତ୍ରା କରୁଥିବା ଦେଖାଯାଇଛି। ସେ କାଳନ୍ଦୀ ଲିଙ୍କ ରୋଡରେ ଥିବା ମହାବୀର ନାଗର ଟ୍ରାଫିକ ସିଗନାଲରେ ପହଞ୍ଚିବା ପରେ ତାଙ୍କୁ ବିଏମସି ଅଧିକାରୀ ଅଟକାଇ ଥିଲେ।
ବିଏମସି ମହିଳାଙ୍କୁ ୨୦୦ ଟଙ୍କା ଜରିମାନା ଦେବାକୁ କହିଥିଲେ। ଏହାକୁ ନେଇ ମହିଳା ଅଧିକାରୀଙ୍କ ସହ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏହି ପ୍ରସଙ୍ଗ ବଢିବା ସହିତ ମହିଳା ଜଣଙ୍କ ବିଏମସିର ଅଧିକାରୀଙ୍କୁ ପିଟିଥିବା ଦେଖିବାକୁ ମିଳିଛି। ଏଭଳି ଅଭିଯୋଗ ଆସିବା ପରେ ପୋଲିସ ଏହାର ତଦନ୍ତ କରୁଥିବା ସୂଚନା ମିଳିଛି।
Comments are closed.