Latest Odisha News

ଲୋ କଟ୍‌ ବ୍ଲେଜର୍‌ ପିନ୍ଧି ଟ୍ରୋଲ୍‌ ହେଲେ ଫିନ୍‌ଲାଣ୍ଡ୍‌ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଫିନ୍‌ଲ୍ୟାଣ୍ଡ୍‌ର ପ୍ରଧାନମନ୍ତ୍ରୀ ସାନା ମାରିନ୍‌ ଏକ ଫ୍ୟାଶନ୍‌ ମାଗାଜିନ୍‌ ପାଇଁ ଫଟୋଗ୍ରାଫି କରିବା ପରେ ସୋସିଆଲ ମିଡିଆରେ ତାଙ୍କ ବୃତ୍ତିଗତ ଆଚରଣକୁ ନେଇ ଏକ ବିତର୍କ ଆରମ୍ଭ ହୋଇଛି। ତାଙ୍କୁ ପ୍ରଥମେ ଏଥିପାଇଁ ସମାଲୋଚନା କରାଯାଇଥିଲା ଏବଂ ପରେ ସମର୍ଥକମାନେ ତାଙ୍କ ସପକ୍ଷରେ ଠିଆ ହୋଇଥିଲେ।

ତେବେ ଏକ ଫ୍ୟାଶନ୍‌ ପତ୍ରିକା ପାଇଁ ନିଆଯାଇଥିବା ଫଟୋରେ ପ୍ରଧାନମନ୍ତ୍ରୀ ଲୋ କଟ୍‌ ବ୍ଲେଜର୍‌ ଏବଂ କିଛି ଅଳଙ୍କାର ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଏହି ଫଟୋ ସାମ୍‌ନାକୁ ଆସିବା ପରେ ସମାଲୋଚକମାନେ ମତ ଦେଇଥିଲେ ଯେ, ଏହି ପୋଷାକ ଶରୀରକୁ ପ୍ରଦର୍ଶନ କରୁଛି ଏବଂ ତାଙ୍କ ଭଳି ଜଣେ ମହିଳାଙ୍କ ପାଇଁ ଏହା ଏକ ବୃତ୍ତିଗତ ଶୈଳୀ ନୁହେଁ।

Comments are closed.