Latest Odisha News

BREAKING NEWS

ରଜନୀକାନ୍ତ ଭରିଲେ ୧୩ଲକ୍ଷ ଟଙ୍କା; ପଢ଼ନ୍ତୁ କାହିଁକି

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କୁ ଶୁକ୍ରବାର ଦିନ ୧୩ ଲକ୍ଷ ଟଙ୍କା ଟିକସ ଦେବାକୁ ପଡିଛି ।

ଚେନ୍ନାଇରେ ସ୍ଥିତ ତାଙ୍କ ବିବାହ ହଲର ବକେୟା ଟିକସ ବାବଦକୁ ଗ୍ରେଟର ଚେନ୍ନାଇ କର୍ପୋରେସନକୁ ରଜନୀକାନ୍ତ ଦେଇଛନ୍ତି ୬.୩୯ ଲକ୍ଷ ଟଙ୍କା ।

ତାଙ୍କ ରାଘବେନ୍ଦ୍ର ମଣ୍ଡପଙ୍କ ପାଇଁ ପ୍ରଥମ ଅର୍ଧେକ ବର୍ଷ ପାଇଁ ପେନାଲ୍ଟି ସମେତ ୬.୫୬ଲକ୍ଷ ଟ୍ୟାକ୍ସ ଦେବାର ଗୋଟିଏ ଦିନ ପରେ ଅଭିନେତା ବର୍ତ୍ତମାନ ୬,୩୯,୮୪୬ଟଙ୍କା ପ୍ରଦାନ କରିଛନ୍ତି, ଯାହା ଦ୍ୱିତୀୟ ଛଅ ମାସର ଟ୍ୟାକ୍ସ ଅଟେ ।

ଅଭିନେତା କହିଛନ୍ତି ଯେ ମଣ୍ଡପ ଟିକସ ପ୍ରସଙ୍ଗରେ କୋର୍ଟକୁ ନଯାଇ ନଗର ନିଗମକୁ ଏକ ଆବେଦନ କରାଯିବା କଥା ଥିଲା ।

ବିବାହ ହଲ ଉପରେ କର୍ପୋରେସନର ଟିକସ ଦାବି ଉପରେ ଅଭିନେତା ଦେଇଥିବା ଆବେଦନକୁ ବୁଧବାର ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଥିଲେ ।

Leave A Reply

Your email address will not be published.