Latest Odisha News

BREAKING NEWS

ମହଙ୍ଗା ପଡୁଛି ଟ୍ରମ୍ପଙ୍କ ନିଷ୍ପତ୍ତି; ଅଣ୍ଡା ଦର ଆକାଶଛୁଆଁ

ୱାଶିଂଟନ: ଶୁଳ୍କ ଏବଂ ଅନ୍ୟାନ୍ୟ ନୀତି ଯୋଗୁଁ ଆମେରିକାରେ ମୁଦ୍ରାସ୍ଫୀତି ଆକାଶଛୁଆଁ ହୋଇଛି। ରାସନ ସାମଗ୍ରୀ ସହ ଅଣ୍ଡାର ଦର ଆକାଶଛୁଆଁ ହେବାରେ ଲାଗିଛି।

ମୁଦ୍ରାସ୍ଫୀତି ଏବଂ ବାର୍ଡ ଫ୍ଲୁ ଯୋଗୁଁ ଅଣ୍ଡାର ମୂଲ୍ୟ ଏତେ ବୃଦ୍ଧି ପାଇଛି ଯେ ଲୋକମାନେ ମେକ୍ସିକୋ ଏବଂ କାନାଡାରୁ ଅଣ୍ଡା ଚୋରା ଚାଲାଣ ହେବାରେ ଲାଗିଛି।

ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ, ଅଣ୍ଡା ଏବେ କଳା ବଜାରର ସବୁଠାରୁ ଲୋକପ୍ରିୟ ସାମଗ୍ରୀ ମଧ୍ୟରୁ ଗୋଟିଏ ପାଲଟିଛି। ଅକ୍ଟୋବର ମାସଠାରୁ, ଆମେରିକାର କଷ୍ଟମ୍ସ ଏବଂ ସୀମା ସୁରକ୍ଷା ୩,୭୦୦ ରୁ ଅଧିକ ପକ୍ଷୀ ଏବଂ କୁକୁଡ଼ା ସମ୍ବନ୍ଧୀୟ ଉତ୍ପାଦ ଜବତ କରିଛି।

Comments are closed.