Latest Odisha News

BREAKING NEWS

ଯୋଗଗୁରୁ ବାବା ରାମଦେବ ଏବଂ ୪ ଜଣଙ୍କ ବିରୁଦ୍ଧରେ ଏଫଆଇଆର୍

ଜୟପୁର: କରୋନା ସମ୍ପର୍କୀତ ଔଷଧ କୋରୋନିଲ୍ ବାହାର କରି ଯୋଗଗୁରୁ ବାବା ରାମଦେବ ଏବେ ଅଡୁଆରେ ପଡିଛନ୍ତି । ତାଙ୍କ ନାମରେ ଜୟପୁରର ଜଣେ ଓକିଲଙ୍କ ଅଭିଯୋଗ କ୍ରମେ ପୋଲିସ ଏଫଆଇଆର ରୁଜୁ କରିଛି ।  ପୋଲିସ ଉପାୟୁକ୍ତ ଅଶୋକ ଗୁପ୍ତା କହିଛନ୍ତି  ପତଞ୍ଜଳୀ ଆୟୁର୍ବେଦ ଦ୍ୱାରା କରୋନା ଭାଇରସ ସଂକ୍ରମଣର ଆୟୁର୍ବେଦିକ ମେଡିସିନ୍ ବାହାର କରିବା ମାମଲାରେ ଅଭିଯୋଗ ଆଧାରରେ ଯୋଗ ଗୁରୁ ବାବା ରାମଦେବଙ୍କ ସହିତ ୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।

ପୋଲିସ ଉପାୟୁକ୍ତ କହିଛନ୍ତି ‘ଆମକୁ ଅନେକ ଅଭିଯୋଗ ମିଳିଥିଲା, ଯାହା ପରେ ଠକେଇର ଏକ ମାମଲା ଜ୍ୟେତିନଗର ଥାନାରେ ରୁଜୁ ହୋଇଛି । ଏହି ମାମଲା ଓକିଲଙ୍କ ଦ୍ୱାରା ବାବା ରାମଦେବ ଓ ଅନ୍ୟ ୪ ଜଣଙ୍କ ବିରୁଦ୍ଧରେ ଅଭିଯୋଗ ଆଧାରରେ ରୁଜୁ ହୋଇଥିଲା ।

Leave A Reply

Your email address will not be published.