Latest Odisha News

BREAKING NEWS

ରିଲିଫ ସାମଗ୍ରୀ ଚୋରି ଅଭିଯୋଗରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ଏଫଆଇଆର ଦାଖଲ

କୋଲକାତା: ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ରିଲିଫ ସାମଗ୍ରୀ ଚୋରି ଅଭିଯୋଗରେ ଶୁଭେନ୍ଦୁ ଅଧିକାରୀଙ୍କ ଏବଂ ତାଙ୍କ ଭାଇ ସୌମେନ୍ଦୁ ଅଧିକାରୀଙ୍କ ବିରୋଧରେ ଏଫ୍‌ଆଇଆର ଦାଖଲ ହୋଇଛି। ଟିଏମ୍‌ସି ପକ୍ଷରୁ ଏହି ଏହି ଏଫଆଇଆର ଦାଖଲ ହୋଇଥିବା ସୂଚନା ମିଳିଛି।

ଜୁନ୍ ୧ ରେ ଏହି ଏହି ଏଫ୍ଆଇଆର ଦାଖଲ ହୋଇଛି। ଅଭିଯୋଗ ଅନୁଯାୟୀ ପୂର୍ବ ମେଦିନାପୁରର କୋଣ୍ଟାଇ ପୋଲିସ ଷ୍ଟେସନରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି।

କୋଣ୍ଟାଇ ମ୍ୟୁନିସିପାଲିଟିର ଆଡମିନିଷ୍ଟ୍ରେଟର ବୋର୍ଡର ସଦସ୍ୟ ରତ୍ନଦୀପ ମାନ୍ନା ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ମେ ୨୯ରେ ହିମାଂଶୁ ମାନ୍ନା ଏବଂ ପ୍ରତାପ ଦେ କୋଣ୍ଟାଇ ମ୍ୟୁନିସିପାଲିଟିର ସରକାରୀ ଗୋଦାମରୁ ଏକ ଟ୍ରକ୍ ବୋଝେଇ ରିଲିଫ ସାମଗ୍ରୀ ନେଇଯାଇଥିଲେ।

ଅଭିଯୋଗ ଅନୁଯାୟୀ ଏହି ଚୋରି କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ସହାୟତାରେ କରାଯାଇଥିଲା।

ଅଭିଯୋଗରେ ଉଲ୍ଲେଖ କରାଯାଇଛି ଯେ ଯେତେବେଳେ ଅଭିଯୋଗକାରୀ, ପୌରପାଳିକାର ଅନ୍ୟ ସଦସ୍ୟମାନଙ୍କ ସହିତ ଗୋଦାମକୁ ଯାଞ୍ଚ କରିବାକୁ ଯାଇଥିଲେ, ସେମାନେ ସେଠାରେ ହିମାଂଶୁ ମାନ୍ନାଙ୍କୁ ଭେଟିଥିଲେ। ଯେତେବେଳେ ତାଙ୍କୁ ପଚରାଗଲା, ସେ କହିଥିଲେ ଯେ ଶୁଭେନ୍ଦୁ ଅଧିକାରୀ ଏବଂ ସୌମେନ୍ଦୁ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଆଯାଇଛି।

Comments are closed.